ଅନ୍ଧବିଶ୍ଵାସର କରୁଣ ପରିଣତି, ଗୁଣିଆ ସନ୍ଦେହରେ ପିଟି ପିଟି ମାରିଦେଲେ

Published By : Prameya-News7 Bureau | November 17, 2020 IST

କେନ୍ଦୁଝର ୧୭।୧୧: କେନ୍ଦୁଝରରେ ଅନ୍ଧବିଶ୍ଵାସର କରୁଣ ପରିଣତି । ଗୁଣିଆ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି କଲେ ହତ୍ୟା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା କଙ୍କଡାଯୋଡି ଗାଁର ଶୁକଲାଲ ମୁଣ୍ଡାଙ୍କ ପରିବାର ସହ ସେହି ଗାଁର ସୁନା ରାମ ମୁଣ୍ଡା, ଶ୍ୟାମ ମୁଣ୍ଡା, ବୁଧୁରାମ ମୁଣ୍ଡା ଓ ଇନ୍ଦ୍ର ମୁଣ୍ଡାଙ୍କର ସବୁବେଳେ ଝଗଡା ହେଉଥିଲା । ଗତ ୧୫ ତାରିଖ ରାତିରେ ପୁଣି ଝଗଡ଼ା ହେବାରୁ ଶୁକଲାଲ ଗୁଣି କରୁଛି କହି ତାକୁ ପିଟି ପିଟି ମାରିଦେଲେ । ୧୬ ତାରିଖ ଦିନ ଅପରାହ୍ନରେ ଶୁକଲାଲଙ୍କ ସ୍ତ୍ରୀ ଚାବିରି ମୁଣ୍ଡା ଝୁମ୍ପୁରା ଥାନାରେ ଅଭିଯୋଗ କରିଥିଲା । ପୋଲିସ ଘଟଣାସ୍ଥଳରେ ପହିଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ପଠାଇଛି । ଅଭିଯୋଗ ଅନୁସାରେ ୪ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ଲୋକଙ୍କ ମନରୁ ଅନ୍ଧ ବିଶ୍ବାସ ଓ କୁସଂସ୍କାର ଦୂର କରିବାକୁ ସରକାରଙ୍କର ଅନେକ ଯୋଜନା ରହିଛି । ଜିଲ୍ଲାରେ ମଧ୍ୟ ଅନେକ ସ୍ବେଚ୍ଛାସେବୀ ସଂଙ୍ଗଠନ କାମ କରୁଛି ଓ କୋଟି କୋଟି ଟଙ୍କା ପାଉଛନ୍ତି ହେଲେ ଆଜି ବି ଲୋକଙ୍କ ମନରୁ ଅନ୍ଧବିଶ୍ବାସ ଦୂର ହୋଇପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.