ଖୁଚୁରା ପଇସା ଦେବାରୁ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଲଣ୍ଡା କଲେ ଦୋକାନୀ

Published By : Prameya-News7 Bureau | September 05, 2018 IST

ବାଲେଶ୍ୱର ୫/୯ : ଗତ ସୋମବାରଦିନ ସୋମନାଥପୁରରେ ଘଟିଛି ଏପ୍ରକାର ଅଭାବନୀୟ ଘଟଣା। ସୋମବାର ଦିନ ୧୦ ଟା ସମୟରେ ଗୋବିନ୍ଦପୁର ଗ୍ରାମର ସୁଦର୍ଶନ ସାହୁଙ୍କର ପୁଅ ଜନାର୍ଦ୍ଦନ ସାହୁ ସୋମନାଥପୁରରେ ଥିବା ଜାବିର ଖାଁଙ୍କ ଦୋକାନରୁ ଏକ ଏଲ୍ ଉ ଡ଼ି ବଲ୍ବ କିଣିଥିଲେ। ଏହି ବଲ ବାବଦରେ ସେ ଦୋକାନିକୁ ୧୩୦ ଟଙ୍କା ଦେବାକୁଥିବା ବେଳେ ୯୦ ଟଙ୍କା ଦେଇ ବାକିତକ ଖୁଚୁରା ଦେଇଥିଲେ ।ହେଲେ ଏହି ଖୁଚୁରା ଟଙ୍କା ଦୋକାନୀ ନବାକୁ ମନା କରିଦେଇଥିଲେ । ମାତ୍ର ଜନାର୍ଦ୍ଦନ ଏହି ଟଙ୍କା ଚଳିବ ବୋଲି କହି ଦୋକାନିକୁ ନେବାକୁ ବାଧ୍ୟ କରିଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦୋକାନୀ ଜଣକ ରାଗିଯାଇ ବାହାରୁକୁ ଆସି ଜନାର୍ଦ୍ଦନଙ୍କୁ ଠେଲା ପେଲା କରିଥିଲେ । ସେଠାରେ ଥିବା ଅନ୍ୟ ଦୋକାନୀ ଓ ସ୍ଥାନୀୟ ଲୋକେ କଣ ହେଲା ବୋଲି ଜମିରଙ୍କୁ ପଚାରିବାରୁ ଜମିର ଯୁବକ ଟଙ୍କା ଚୋରୀ କରିଥିବା କଥା କହିଥିଲେ । ପରେ ସେମାନେ ଜନାର୍ଦନକୁ ଘୋଷାରି ଘୋଷାରି ବଜାରର ଛକ ଜାଗାକୁ ନେଇ ଗାନ୍ଧିଜୀଙ୍କର ପ୍ରତିମୂର୍ତ୍ତି ଆଗରେ ତାକୁ ନିସ୍ତୁବ ମାଡ଼ ମାରିଥିଲେ ଓ ପରେ ତାକୁ ଉଲଗ୍ନ କରି ଦେଇଥିଲେ । ଏତିକିରେ ସେମାନେ ସନ୍ତୁଷ୍ଟ ହୋଇ ନଥିଲେ। ପରେ ମିର କାବୁଲ ନାମକ ଜଣେ ଯୁବକ ତାକୁ ଲଣ୍ଡା କରିଥିଲେ । ଶେଷରେ ଜନାର୍ଦ୍ଦନଙ୍କୁ ଗାଁରେ ବୁଲାଇ ତାଙ୍କର ଏଭଳି ଅବସ୍ଥାର ଭିଡ଼ିଓ ସୁଟିଙ୍ଗ କରି ସୋସିଆଲ ମେଡ଼ିଆରେ ଛାଡ଼ିଦେଇଥିଲେ । ଲଜ୍ଜା ଓ ଦୁଃଖରେ ମ୍ରିୟମାଣ ହୋଇ ଜନାର୍ଦ୍ଦନ ଘରେ ପହଁଚିବା ପରେ ଏକଥା କାହାକୁ ନକହି ବିଛଣାରେ ଶୋଇ ପଡ଼ିଥିଲେ । ରାତିରେ ଯେତେବେଳେ ଜନାର୍ଦ୍ଦନଙ୍କର ସ୍ତ୍ରୀ ତାଙ୍କର ଏପ୍ରକାର ପରିସ୍ଥିତିର କାରଣ ପଚାରିଲେ ସେତେବେଳେ ଜନାର୍ଦ୍ଦନ ସବୁକଥା କହିଥିଲେ। ସମସ୍ତ କଥା ଶୁଣିବା ପରେ ମଙ୍ଗଳବାର ଦିନ ତାଙ୍କର ସ୍ତ୍ରୀ ବାଲେଶ୍ବର ଶିଳ୍ପାଂଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ପୋଲିସ କି ପ୍ରକାର ତଦନ୍ତ କରୁଛି ଓ କଣ ପଦକ୍ଷେପ ନଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.