ମହଙ୍ଗା ପଡିଲା ପରକୀୟା ପ୍ରୀତି, ଘୋଷାଡି ଘୋଷାଡି ସରପଞ୍ଚ ସ୍ବାମୀଙ୍କୁ ପିଟିଲେ ମହିଳା : ଦେଖନ୍ତୁ ଭିଡିଓ…

Published By : Prameya-News7 Bureau | September 27, 2020 IST

ଭଦ୍ରକ ୨୭।୯: ସ୍ତ୍ରୀ ପୂର୍ବତନ ସମିତିସଭ୍ୟ, ସ୍ବାମୀ ଏବେର ସରପଞ୍ଚ । ୧୯୯୭ ମସିହାରେ ପ୍ରେମ ବିବାହ କରିଥିଲେ । ଦୁଇ ପୁଅ ଅଛନ୍ତି । କିନ୍ତୁ ସ୍ୱାମୀ କାଳେ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ଦିନ ଦିନ ଧରି ଘରକୁ ଯାଆନ୍ତି ନାହିଁ । ସ୍ତ୍ରୀ ବହୁ ଦିନ ଚେଷ୍ଟା ପରେ ପୂର୍ବରୁ ସନ୍ଦେହ କରୁଥିବା ମହିଳାଙ୍କ ଘରୁ ଠାବ କଲେ ସ୍ୱାମୀଙ୍କୁ । ବାସ ଘର ଭିତରେ ସ୍ତ୍ରୀ ମାଡ଼ ଖାଇଲେ ଆଉ ବାହାରୁ ଘୋଷାରି ଆଣି ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ । ଖସିବା ପାଇଁ ଚେଷ୍ଟା କଲେ କିନ୍ତୁ ବିଫଳ ହେଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଲେ ଆଉ ପୋଲିସ ସରପଞ୍ଚ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି । ଘଟଣା ଘଟିଛି ଭଦ୍ରକ ସହରରେ ।

ସହରର କୁଆଁସଠାରେ ଭଡା ଘରେ ରହୁଥିବା ଜନୈକ ମହିଳାଙ୍କ ଘରେ । ମହିଳାଙ୍କ ସହ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରୁଥିଲେ ସ୍ତ୍ରୀ । ସ୍ୱାମୀ ହେଉଛନ୍ତି ପଞ୍ଚାୟତର ସରପଞ୍ଚ । ସେ ୧୯୯୭ ମସିହାରେ ପ୍ରେମ ବିବାହ କରିଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ ପୂର୍ବରୁ ସମିତି ସଭ୍ୟ ଥିଲେ । ବାହାରେ କାମ ଅଛି କହି ଘରକୁ ଯାଉ ନଥିଲେ ସରପଞ୍ଚ ବାବୁ । କିନ୍ତୁ ଅନ୍ୟ ମହିଳାଙ୍କ ଘରେ ରହୁଥିବା ଖବର ପାଇଥିଲେ ସ୍ତ୍ରୀ । ସନ୍ଧ୍ୟା ବେଳୁ ଆସି ଟାଉନ ଥାନା ନିକଟ କୁଆଁସ ଠାରେ ଜଗି ରହିଥିଲେ । ସ୍ୱାମୀଙ୍କୁ ଘର କୁ ଆସିବେ କି ନାହିଁ ପଚାରିବାରୁ ସେ ଯିବେ ନାହିଁ ବୋଲି କହିଥିଲେ । ପରେ କିନ୍ତୁ ଅନ୍ୟ ମହିଳାଙ୍କ ଘରକୁ ଯାଇଥିଲେ ।

ସ୍ତ୍ରୀ ସଂଗେ ସଂଗେ ଯାଇ ଘର ଭିତରକୁ ଯାଇଥିଲେ । ଦୀର୍ଘ ସମୟ ପରେ ସ୍ବାମୀଙ୍କୁ ଘୋଷାରି ଘୋଷାରି ବାହାରକୁ ଆଣିଥିଲେ । ଉତ୍ୟକ୍ତ ହୋଇ ମାଡ଼ ମାରିଥିଲେ । ତାଙ୍କୁ ଘର ଭିତରେ ମାଡ଼ ମାରିଥିବା ନେଇ ଅଭିଯୋଗ କଲେ । ପରେ ସ୍ଥାନୀୟ ଲୋକେ ଟାଉନ ଥାନାକୁ ଖବର ଦେଇଥିଲେ । ପୋଲିସ ଉଭୟଙ୍କୁ ଥାନାକୁ ଆଣିଥିଲା । ପରେ ସ୍ତ୍ରୀ ସ୍ୱାମୀଙ୍କ ନାଁରେ ଥାନାରେ ଲିଖିତ ଏତଲା ଦେଇଥିଲେ । ଟାଉନ ପୋଲିସ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.