Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫିଲ୍ମି ଷ୍ଟାଇଲରେ ଯୁବକଙ୍କୁ ମାଡ ମାରି ଜୋତାରେ ନାକ ଘସାଇଲେ ଦୁର୍ବୁତ୍ତ : ଭିଡିଓ ଭାଇରାଲ ପରେ ପୋଲିସର ଆକ୍ସନ

14/05/2020 at 4:16 PM

ଜୌନପୁର ୧୪/୦୫ : ଦୁନିଆରୁ ଧୀରେ ଧୀରେ ମାନବିକତା ଉଭେଇ ବସିଲାଣି | ପ୍ରତିଦିନ ଦେଶର କୋଣ ଅନୁକୋଣରେ ଏମିତି କିଛି ଘଟଣା ଘଟିଥାଏ ଯାହା ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ | ଏହିଭଳି ଏକ ଲଜ୍ଜାଜନକ ଘଟଣା ଉତ୍ତର ପ୍ରଦେଶରେ ଘଟିଛି | ଉତ୍ତର ପ୍ରଦେଶ ଜୌନପୁର କିଛି ଦୁର୍ବୁତ୍ତ ଜଣେ ଯୁବକଙ୍କୁ ଫିଲ୍ମି ଷ୍ଟାଇଲରେ ମାଡ ମାରିଥିଲେ | ମାଡ ମାରିବା ସହ ଯୁବକଙ୍କ ନାକ ମଧ୍ୟ ଜୋତାରେ ଘସିବାକୁ ବାଧ୍ୟ କରିଥିଲେ | ଯାହା କଲେ ତାପରେ ପୁଣି ସମସ୍ତ ଘଟଣାର ଭିଡିଓ ରେକଡିଂ କରି ତାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଲେ | ଦୁର୍ବୁତ୍ତମାନେ ଯୁବକଙ୍କୁ ତାଙ୍କ ଜୋତାରେ ନାକ ଘସିବାକୁ ବାଧ୍ୟ କରିବା ପରେ ଯୁବକ ଜଣକ ଦୁର୍ବୁତ୍ତଙ୍କ ଜୋତାରେ ନାକ ଘସିଥିବା ଭିଡିଓରେ ଦେଖିବାକୁ ମିଳିଛି | ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା | ଯୁବକଙ୍କୁ ମାଡ ମାରିଥିବା ଦୁର୍ବୁତ୍ତମାନଙ୍କ ମଧ୍ୟରୁ ଜଣକୁ ପୋଲି ଗିରଫ କରିଛି | 

ପୋଲିସ ସୂଚନା ଅନୁଯାୟୀ, ୧୦ ଦିନ ପୂର୍ବରୁ କିଛି ଜିନିଷ କିଣିବା ପାଇଁ ରାହୁଲ ମିଶ୍ର ନାମକ ଯୁବକ ଲାଲଗଞ୍ଜ ବଜାରରେ ଯାଇଥିଲେ | କିଣାକିଣି କରି ସାରିବା ପରେ ସେ ନିଜ ଗାଁ ଭୁଲା ଗାଁକୁ ଫେରୁଥିଲେ | ଗାଁକୁ ଫେରୁଥିବା ସମୟରେ କିଛି ଦୁର୍ବୁତ୍ତ ଆସି ତାଙ୍କୁ ମାଡ ମାରିଥିଲେ ଏବଂ ତାଙ୍କ ଜୋତାରେ ନାକ ଘସାଇଥିଲେ | ଘଟଣାର ଭିଡିଓ ମଧ୍ୟ ରେକଡିଂ କରିଥିଲେ | ଭିଡିଓକୁ ପରେ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ | ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ସ୍ଥାନୀୟ ପୋଲିସ ୫ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା | ମଙ୍ଗଳବାର ଦିନ ପୋଲିସ ଭାରତୀୟ ଦଣ୍ଡ ବିଧାନ ଧାରା ୩୪୩, ୩୨୩, ୧୪୭, ୫୦୪(ବି)ରେ ମାମଲା ରୁଜ୍ଜୁ କରିଥିଲା | ଦୟାଲପୁର ନିବାସୀ ମୁଖ୍ୟ ଅଭିଯୁକ୍ତ ଅମନ ଉପାଧ୍ୟାୟକୁ ପୋଲିସ ଗିରଫ କରିଛି | କିଛି ଦିନ ପୂର୍ବରୁ ଗାଁରେ ଦୁର୍ବୁତ୍ତମାନଙ୍କ ସହ ରାହୁଲଙ୍କର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିବା ସୂତ୍ରରୁ ଜଣାପଡିଛି | ଏହାର ପ୍ରତିଶୋଧ ନେଇ ସେମାନେ ରାହୁଲଙ୍କୁ ମାଡ ମାରିଥିଲେ ଏବଂ ଜୋତାରେ ନାକ ଘସାଇଥିଲେ |

   Related Posts