ବିବାହିତା ପ୍ରେମିକାକୁ ଭେଟିବାକୁ ଆସି ପ୍ରେମିକ ହଟହଟା, ଶାଶୂଘର ଲୋକେ ବେଡରୁମ୍‌ରେ ଧରିଲେ, ରାସ୍ତାରେ ଉଲଗ୍ନ କରି ପିଟିଲେ

Published By : Prameya-News7 Bureau | August 30, 2020 IST

ପାଟନା,୩୦|୦୮ : ବିବାହିତା ପ୍ରେମିକାକୁ ରାତିରେ ଭେଟିବାକୁ ଯାଉଥିଲା ପ୍ରେମିକ । ଧରିଦେଲେ ଶ୍ୱଶୂର ଘର ଲୋକେ । ଉତ୍ତମମଧ୍ୟମ ଦେଲେ । ମନ ନବୁଝିବାରୁ ଉଲଗ୍ନ କରି ମଧ୍ୟ ପିଟିଲେ । ଏପରି ଏକ ଘଟଣା ବିହାରର ଗୋପାଳଗଞ୍ଜରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାନୁସାରେ, ଗୋପାଳଗଞ୍ଜର ମୁର୍ଗିୟା ଗ୍ରାମରେ ରାତିର ଅନ୍ଧାରର ସୁଯୋଗ ନେଇ ନିଜର ବିବାହିତା ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ । ଏପରିକି ଶାଶୂଘରେ ମଧ୍ୟ ସେ ନିଜ ପ୍ରେମିକାକୁ ଭେଟିବାକୁ ଆସିଥିଲେ । ଏନେଇ ଶାଶୂଘର ଲୋକେ ଜାଣିପାରିଥିଲେ । ଉଭୟ ପ୍ରେମିକା ଓ ପ୍ରେମିକଙ୍କୁ ବେଡରୁମରେ ହିଁ ଧରି ପକାଇଥିଲେ । ଏହାସହ ପ୍ରେମିକଙ୍କୁ ମାଡ ମାରିବା ସହ ରାସ୍ତାରେ ଘୋଷାରି ପିଟିଥିଲେ । ମନ ନବୁଝିବାରୁ ଉଲଗ୍ନ କରି ମାଡ ମାରିଥିଲେ ।

ରାସ୍ତାରେ ପାଟିତୁଣ୍ଡ ଶୁଣି ସାଇପଡିଶା ଲୋକ ମଧ୍ୟ ଜମା ହୋଇଥିଲେ । ସେମାନେ ମଧ୍ୟ ପ୍ରେମିକଙ୍କୁ ମାଡ ମାରିଥିଲେ । ଏଥିରେ ପ୍ରେମିକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

କୁହାଯାଉଛି ଯେ, ଯୁବକଙ୍କ ପ୍ରେମିକା ଅର୍ଥାତ ବିବାହିତା ମହିଳାଙ୍କ ଚାରୋଟି ସନ୍ତାନ ରହିଛି । ତେବେ ପୋଲିସର ବରିଷ୍ଠ ଅଧିକାରୀ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.