୬ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ନର ରାକ୍ଷସ, ଏବେ ଜେଲ୍ର ୪ କାନ୍ଥ ଭିତରେ କଟିବ ସାରା ଜୀବନ
23/12/2020 at 6:36 PM

ଲକ୍ଷ୍ନୌ ୨୩/୧୨: ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ନାବାଳିକାକୁ ଦୁଷ୍କର୍ମ କରିଥିଲା ଏବେ ଜେଲ୍ର ୪ କାନ୍ଥ ଭିତରେ କଟିବ ଅଭିଯୁକ୍ତର ବାକି ଜୀବନ। ଏହା ସହ ଅଭିଯକ୍ତ ୬୦ ହଜାର ଟଙ୍କା ଜରିମାନା ମଧ୍ୟ ଭରିବ।
କୁନି ଝିଅ ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟ ଉଠୁଥିବା ପଡ଼ୁଥିବା ବେଳେ ଦେଶର କୋଣ ଅନୁକୋଣରେ କେତେ ନୀରିହ ପରୀ ବଳି ପଡ଼ୁଛନ୍ତି ତାର ହିସାବ ନାହିଁ। ୬ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରିବା ଓ ପରେ ଅମାନୁଷିକ ଭାବେ ହତ୍ୟା କରିଥିବା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ନୁହେଁ ବରଂ ଅନ୍ୟ କୌଣସି ନିର୍ମମ ଦଣ୍ଡ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଏହି ଘଟଣା ଉତ୍ତରପ୍ରଦେଶର ରାଜାବହାଦୁର ଗାଁରେ ଘଟିଥିଲା। ଜାନୁଆରୀ ୨୨ରେ କନୌଜର ଏକ କଲୋନୀରେ ରହୁଥିବା ରାଜବାହାଦୁର ଓରଫ ଭଗତ ୬ ବର୍ଷୀୟା ନାବାଳିକାକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା। ପରେ ତାକୁ ନିର୍ମମ ହତ୍ୟା କରିଥିଲା। ନାବାଳିକାର ବାପା ମା ବହୁ ଖୋଜାଖୋଜି ପରେ ତାକୁ ପାଇନଥିଲେ। କିନ୍ତୁ ଝିଅର ପୋଷାକ ମିଳିଥିଲା। ପରେ ମୃତଦେହ ପାଇଥିଲେ ପରିବାର। କିନ୍ତୁ ମୃତଦେହରେ ନାବାଳିକାର ଡାହାଣ ଆଖି ନଥିଲା।
ପରେ ମୃତକଙ୍କ ବାପା ଭଗତ ନାଁରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ମାମଲା ପୋକ୍ସୋ କୋର୍ଟରେ ବିଚାରଧୀନ ଥିବା ବେଳେ ଏବେ ଭଗତକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଭଗତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୬୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ପୋସ୍କୋ କୋର୍ଟ। ତେବେ କୋର୍ଟଙ୍କ ରାୟ ଆସିବା ପରେ ଅଭିଯୁକ୍ତକୁ ଜେଲ୍ ପଠାଇଦିଆଯାଇଛି।