ଘରଭଡା ଦେଇନପାରି ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ, ବାରମ୍ବାର ଅଭିଯୋଗ ପରେ ମଧ୍ୟ ଫଳ ଶୁନ୍ : ଶେଷରେ ନେଲେ ଏଭଳି ନିଷ୍ପତ୍ତି

Published By : Prameya-News7 Bureau | June 15, 2020 IST

ସମ୍ବଲପୁର ୧୫।୦୬: ଘରଭଡା ଦେଇନପାରି ଆତ୍ମାହୁତି ଉଦ୍ୟମ । ଘର ଭଡା ଦେଇନପାରିବାରୁ ଶେଷରେ ନିରାଶ ହୋଇ ଥାନା ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ଭଡାଟିଆ । ଏଭଳି ଘଟଣା ଘଟିଛି ସମ୍ବଲପୁର ଧନୁପାଲି ଥାନା ସମ୍ମୁଖରେ ।  ଆତ୍ମାହୁତି ଉଦ୍ୟମ କରିଥିବା ଭଡାଟିଆ ଭୋଲା ମହନ୍ତଙ୍କ ଶରୀରର ୪୦ ପ୍ରତିଶତ ପୋଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":286434,"sizeSlug":"large"}

ସୂଚନା ଅନୁସାରେ ଭୋଲା ମହନ୍ତ ଓ ତାଙ୍କ ପରିବାର ଗତ ୩୦ ବର୍ଷ ହେବ ଧନୁପାଲି ଥାନା କୁମ୍ଭାରପଡାରେ ଘରଭଡା ନେଇ ରହୁଥିଲେ । ହେଲେ ଲକଡାଉନ ସମସ୍ୟା ଯୋଗୁଁ ଶ୍ରମିକ ଶ୍ରେଣୀର ଭୋଲା ୨ ମାସର ଘରଭଡା ବାବଦ ଟଙ୍କା ଦେଇ ପାରିନଥିଲେ । ଘର ମାଲିକ ଘର ମରାମତି କରିବା ବାହାନା ଦେଖାଇ ଘର ଛାଡିବା ପାଇଁ କହିଥିଲେ । ହେଲେ ଲକଡାଉନ ଯୋଗୁଁ ଅନ୍ୟତ୍ର ଘର ଖୋଜିବା ସମ୍ଭବ ନୁହେଁ ବୋଲି ଭୋଲା କହିବା ପରେ ଝଗଡା ହେବା ସହ ମାରପିଟ୍ ହୋଇଥିଲା । ଫଳରେ ଥାନାକୁ ମାମଲା ଯାଇଥିଲା । ବାରମ୍ବାର ଥାନାକୁ ଦୌଡି ନିରାଶ ହେବା ପରେ ଶେଷରେ ଭୋଲା ଆତ୍ମାହୂତି ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.