ଶ୍ୱଶୁର ଘରକୁ ବୁଲିବାକୁ ଯାଇଥିବା ବେଳେ ଜ୍ୱାଇଁ କାଟିଲେ ବେକ, ସେଲ୍ଫି ନେଇ ସ୍ତ୍ରୀଙ୍କ ପାଖକୁ ପଠାଇଲେ ଫଟୋ, ତାପରେ...

Published By : Prameya-News7 Bureau | July 09, 2021 IST

ବେତୁଲ୍, ୦୯/୦୭: ମଧ୍ୟପ୍ରଦେଶର ବେତୁଲ୍‌ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୌଣସି କାରଣକୁ ନେଇ ଜଣେ ବ୍ୟକ୍ତି ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାର ଫଟୋ ଉଠାଇ ହ୍ୱାଟ୍ସ ଆପ୍‌ ଯୋଗେ ତାଙ୍କ ସ୍ତ୍ରୀଙ୍କ ପାଖକୁ ପଠାଇଥିବା ଜଣାପଡ଼ିଛି ।  

ସୂଚନା ଅନୁସାରେ, ଏହି ବ୍ୟକ୍ତି ଜଣକ ଶ୍ୱଶୁର ଘରକୁ ବୁଲିବାକୁ ଯାଇଥିବା ସମୟରେ ଏପରି ଘଟଣା ଘଟାଇଛନ୍ତି । ଏହି ବ୍ୟକ୍ତିଙ୍କ ନାମ ସନ୍ଦୀପ ହୋଇଥିବା ବେଳେ ସେ ନାଗପୁର ଅଞ୍ଚଳରେ ରୁହନ୍ତି । ତାଙ୍କର ବରୋଧେଇ ଥାନା ଅଧିନ ଥାରୋଡ଼ା ଗ୍ରାମରେ ବାହାଘର ହୋଇଥିଲା । ପରେ ସେ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ । ବୁଧବାର ଶ୍ୱଶୁର ଘର ନିକଟରୁ କିଛି ଦୂରରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତଣ୍ଟି କାଟି ଏହାର ସେଲ୍ଫି ନେଇ ସେ ତାଙ୍କ ପତ୍ନୀଙ୍କୁ ପଠାଇଥିଲେ । ଫଟୋ ଦେଖି ପତ୍ନୀ ଚକିତ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଯୁବକଙ୍କ ଶଳା, ପତ୍ନୀ ଏବଂ ଶ୍ୱଶୁର ତାଙ୍କୁ ପାଖ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ଥିବା କହି ନାଗପୁର ରେଫର କରିଦେଇଛନ୍ତି ।

ତେବେ ପୋଲିସ୍‌ ଖବର ପାଇ ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ତାଙ୍କୁ ସେଠାରୁ ନାଗପୁର ନିଆଯାଇ ସାରିଥିଲା । ପରେ ପୋଲିସ୍‌ର ଏକ ଟିମ୍‌ ଘଟଣାର ତଦନ୍ତ ପାଇଁ ନାଗପୁର ଯାଇଥିବା ସ୍ଥାନୀୟ ଏସ୍‌ଡିପିଓ ସୂଚନା ଦେଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.