ଗଛ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମବାହିନୀ କର୍ମଚାରୀ

Published By : Prameya-News7 Bureau | October 29, 2020 IST

ରାଉରକେଲା ୨୯।୧୦: ରାଉରକେଲା ୧୯ ନମ୍ବର ସେକ୍ଟର ମୁଣ୍ଡା ମାର୍କେଟ ନିକଟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ବ୍ୟକ୍ତି । ଗଛ ଉପରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ଅଗ୍ନିଶମବାହିନୀ କର୍ମଚାରୀ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆଇଜିଏଚରେ ଭର୍ତ୍ତି କରିଛନ୍ତି ।

{"id":352776,"sizeSlug":"large"}

ସୂଚନା ଅନୁସାରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଗୁରୁବାର ସକାଳୁ ଗଛ ଉପରେ ଚଢି ଯାଇ ଡେଇଁ ପଡିବାକୁ ଧମକ ଦେଉଥିଲେ । ଗଛ ବଡ ଥିବାରୁ ଜମା ହୋଇଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ପାରୁନଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଟିମ୍ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ କୌଶଳ କ୍ରମେ ଉଦ୍ଧାର କରିଥିଲେ । ଉଦ୍ଧାର ପ୍ରକ୍ରିୟାରେ ଉକ୍ତ ବ୍ୟକ୍ତି ସଂଜ୍ଞା ହରାଇବାରୁ ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ପରିଚୟ ମିଳି ପାରିନଥିବାରୁ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.