ଘରୋଇ କଳହରୁ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କରି ଅଟକ ରଖିଲା ପୋଲିସ
18/03/2020 at 4:47 PM

ଜଗତସିଂହପୁର ୧୮।୩: ପାରିବାରିକ କଳହକୁ କେନ୍ଦ୍ରକରି ଜନୈକ ବ୍ୟକ୍ତି ଘର ଆଗରେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଉଦ୍ଧାର କଲା ପୋଲିସ । ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏଭଳି ଘଟଣା ଘଟିଛି ସଦର ଥାନା ମରିଚାପଦା ଗାଁରେ ।

ସୂଚନାଯୋଗେୟ ଯେ, ମରିଚାପଦା ଗ୍ରାମର କଲାଉଦ୍ଦିନ ଖାନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କିଛି ଦିନ ହେବ ପାରିବାରିକ କଳହ ଲାଗି ରହିଥିଲା । ମାତ୍ର ବୁଧବାର ଏହାକୁ ନେଇ କଲାଉଦ୍ଦିନ ନିଜ ଘର ଆଗରେ କିରାସିନି ରଖିବସି ରହିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚିବା ଦେଖି କଲାଉଦ୍ଦିନ ନିଜ ଦେହରେ କିରସିନି ଢାଳିବା ସହିତ ଦିଆସିଲ ମାରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଓ ସ୍ଥାନୀୟ ଲୋକମାନେ ତାଙ୍କୁ କାବୁ କରିଥିଲେ ।

ପୋଲିସ ତାଙ୍କୁ ସେଠାରୁ ଆଣି ଥାନାରେ ଅଟକ ରଖିବା ସହ ତଦନ୍ତ ଚଳାଇଛି । ଆନ୍ୟପଟେ ତାଙ୍କର ସ୍ତ୍ରୀ ମଧ୍ୟ ତାଙ୍କ ନାଁରେ ଜଗତସିଂହପୁର ଥାନାରେ ପାଲଟା ଅଭିଯୋଗ କରିଛନ୍ତି ।