ଯୌତୁକ ପାଇଁ ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କଲେ ସ୍ବାମୀ

Published By : Prameya-News7 Bureau | March 16, 2019 IST

ସୁବର୍ଣ୍ଣପୁର ୧୬|୩ : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ମହୁଲପାଲି ଗାଁରେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ତାଙ୍କ ସ୍ବାମୀ । ମମତା ଥପା ନିଜ ବାପଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘରର କାନ୍ଥ ଡେଇଁ ସ୍ବାମୀ ରସିକ ଥପା ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ମମତାକୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ଖଲାବାହାଲ ଗାଁର ରସିକ ଥପାଙ୍କୁ ମମତାଙ୍କୁ ବର୍ଷେ ହେବ ବିବାହ କରିଥିଲେ । ହେଲେ ବିବାହର କିଛି ମାସ ବିତିଲା ପରେ ରସିକ ଯୌତୁକ ନିର୍ଯାତନା ଦେଇ ମମତାକୁ ମାଡ ମାରୁଥିଲେ । ଯାହାଫଳରେ ଚାରି ମାସ ହେବ ଗ୍ରାମବାସୀ ମମତାକୁ ନିଜ ଗାଁକୁ ଆଣିଥିଲେ I ବିଳମ୍ବିତ ରାତିରେ ନିଜ ସ୍ତ୍ରୀ ମମତାର ଦେହ ପଛ ପଟ ଓ ଛାତିରେ ଭୁଜାଲି ମାଡ କରି ଫେରାର ହୋଇଯାଇଛନ୍ତି ରସିକ । ତେବେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.