ପାକିସ୍ତାନୀ ସିରିଏଲ ଦେଖୁଥିବା ଯୋଗୁଁ ସ୍ତ୍ରୀକୁ ଛୁରୀରେ ଆକ୍ରମଣ କଲା ସ୍ୱାମୀ
13/03/2019 at 4:23 PM

ପୁଣେ ୧୩/୩ : ପୁଣେର ସେଲିସଵରୀ ପାର୍କ କଲୋନୀରେ ଏକ ଅଜବ ଘଟଣା ଘଟିଛି | ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ | ବ୍ୟକ୍ତି ଜଣକ ସ୍ତ୍ରୀକୁ ଆକ୍ରମଣ କରିଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ପତ୍ନୀ ନିଜ ମୋବାଇଲ ଫୋନରେ ପାକିସ୍ତାନୀ ସିରିଏଲ ଦେଖୁଥିଲେ | ମହିଳା ଜଣକ ସିରିଏଲ ଦେଖିବାରେ ଏତେ ମଗ୍ନ ଥିଲେ ଯେ, ସ୍ୱାମୀଙ୍କ କଥାବାର୍ତ୍ତା ବି କରୁନଥିଲେ | ଯେଉଁଥିପାଇଁ ରାଗି ଯାଇଥିଲେ ତାଙ୍କ ସ୍ୱାମୀ |
ଘଟଣା ସୋମବାର ଦିନ ସନ୍ଧ୍ୟାରେ ଘଟିଥିଲା | ଅଭିଯୁକ୍ତ ଆସିଫ ସତ୍ତର ଏକ ପାରିବ କଟା ଛୁରୀ ପତ୍ନୀଙ୍କୁ ଆକ୍ରମଣ କରିଥିଲେ | ଯାହାଫଳରେ ମହିଳାଙ୍କ ଗୋଟିଏ ଆଙ୍ଗୁଠି ଫ୍ରାକ୍ଚର ହୋଇଯାଇଛି |
ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ | ସେ କହିଥିଲେ ଯେ, ସକାଳେ ତାଙ୍କ ପୁଅ କ୍ଷୀର ନେବା ପାଇଁ ଯାଇଥିଲା | କିନ୍ତୁ ଯେତେବେଳେ ସେ କ୍ଷୀର ନେଇ ଘରକୁ ଆସିଲା ସେତେବେଳେ ପୁଅ ହାତରେ ଖାଲି ପାକେଟ ଥିଲା | ସେ ସବୁ କ୍ଷୀର ପକାଇ ଦେଇଥିଲା | ଯେଉଁଥିପାଇଁ ସେ ତାକୁ ଗଲି କରିଥିଲେ | ଏତିକିବେଳେ ତାଙ୍କ ସ୍ୱାମୀ ଘରକୁ ଆସିଥିଲେ | ପୁଅକୁ ଗଲି ଦେଇଥିବା କାରଣରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା | ଏହାପରେ ମହିଳା ନିଜ ସ୍ୱାମୀଙ୍କ କଥାବାର୍ତ୍ତା କରିନଥିଲେ | ତାପରେ ଆସିଫ ନିଜ କାମରେ ଚାଲି ଯାଇଥିଲା | କିନ୍ତୁ ସନ୍ଧ୍ୟାରେ ଯେତେବେଳେ ସେ କାମ ସାରି ଘରକୁ ଆସିଥିଲା ସେତେବେଳେ ମଧ୍ୟ ପତ୍ନୀ ତାଙ୍କ କଥାବାର୍ତ୍ତା କରିନଥିଲେ | ବରଂ ନିଜ ମୋବାଇଲରେ ପାକିସ୍ତାନୀ ସିରିଏଲ ଦେଖିଥିଲେ |
ଏଥିରେ ରାଗିଯାଇ ଆସିଫ ନିଜ ପତ୍ନୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ | ସ୍ୱାମୀ ଠାରୁ ଅଧିକ ସେ ପାକିସ୍ତାନୀ ସିରିଏଲକୁ ମହତ୍ୱ ଦେଇଥିବା ଅଭିଯୋଗ କରିଥିଲେ ଆସିଫ | ମହିଳା ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି | ଆସିଫ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ପତ୍ନୀ | ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି |