ଶଳା ମାଡରେ ଭିଣୋଇ ଲହୁଲୁହାଣ, ନୋଟିସ୍ ଦେଇ ଛାଡିଦେଲା ପୋଲିସ

Published By : Prameya-News7 Bureau | November 22, 2020 IST

ରାଉରକେଲା,୨୨/୧୧: ଶଳାର ମାଡ଼ରେ ଲହୁଲୁହାଣ ହେଲା ଭିଣୋଇ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଝିରପାଣି ଥାନା ଅଞ୍ଚଳରେ । ପୋଲିସ୍‌ ଏକ ମାମଲା ରୁଜୁ କରିଥିବା ଅଭିଯୁକ୍ତ ଶଳାକୁ ନୋଟିସ୍‌ ଦେଇ ଛାଡି ଦେଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଝିରପାଣି ଥାନା ଅନ୍ତର୍ଗତ ଗୋପାଳଟୋଲାରେ ରୁହନ୍ତି ମାର୍ଟିନ୍‌ ଲୁଗୁନ୍‌ । ତାଙ୍କ ଘର ନିକଟରେ ରୁହନ୍ତି ଭିଣୋଇ ତୁର୍ତେନ୍‌ ବୁଡ଼ । ଶନିବାର ସଂଧ୍ୟାରେ କୌଣସି କଥାକୁ ନେଇ ଶଳା ଓ ଭିଣୋଇଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

ଏହି ସାମାନ୍ୟ କଥା ଉଗ୍ରରୂପ ଧାରଣ କରିଥିଲା । ତେବେ ଶଳା ଉତକ୍ଷିପ୍ତ ହୋଇ ଭିଣୋଇଙ୍କୁ ଲାଠିରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ। ଏନେଇ ଭିଣୋଇ ତୁର୍ତେନ୍‌ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ  ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତ ଶଳାକୁ ନୋଟିସ୍ ଦେଇ ଛାଡି ଦେଇଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.