ପୁତୁରାର ତୀର ମାଡରେ କକା ଗୁରୁତର

Published By : Prameya-News7 Bureau | September 24, 2020 IST

ଆନନ୍ଦପୁର, ୨୪ ।୦୯: କେନ୍ଦୁଝର ଜିଲ୍ଲା  ଆନନ୍ଦପୁର ଥାନା ମହ୍ଲାରପଦା ଗାଁ ରେ ପୁତୁରା ତୀର ମାଡରେ କକା ଗୁରୁତର ହୋଇଛନ୍ତି । ପେଟରେ ତୀର ବାଜିବାରୁ କକାଙ୍କ ଅବସ୍ଥା ଗୁରୁର ହୋଇଥିଲା । ପରିବାର ଲୋକ ଗୁରୁତର କକା ମୁରଲୀଧର ନାଇକଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ତେବେ ମୁରଲିଙ୍କ ଝିଅ କହିବା ଅନୁଯାୟୀ,  ଅଭିଯୁକ୍ତ ପୁତୁରା ବୁଦ୍ଧଦେବ ନାଇକ ଜଣେ ମାନସିକ ରୋଗୀ । ଗତ ୩ ବର୍ଷ ହେବ ମାନସିକ ରୋଗରେ ପୀଡିତ ବୁଦ୍ଧଦେବ ପ୍ରାୟ ୫ଦିନ ହେବ ନିଜକୁ ଘରେ ବନ୍ଦ କରି ରଖିଥିଲା । ଗୁରୁବାର ସନ୍ଧ୍ୟାରେ ବନ୍ଦ କୋଠରୀରୁ ବାହାରି  ପ୍ରଥମେ ଧନୁ ତୀର ଧରି ଭୟଭୀତ କରାଇଥିଲା । ଏହି ସମୟରେ ସେହି ବାଟଦେଇ ଘରକୁ ଫେରୁଥିବା କକା ମୁରଲିଧରଙ୍କ ଉପରକୁ ହଠାତ୍ ତୀର ମାରିଥିଲା । ଘଟଣାକୁ ନେଇ ବର୍ତମାନ ସୁଦ୍ଧା ଥାନାରେ କୈଣସି ଅଭିଯୋଗ ହୋଇନଥିଲେ ମଧ୍ୟ ଖବରପାଇ ପୋଲିସ୍ ମେଡିକାଲରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.