ଷ୍ଟେସନରେ ରେଳ କର୍ମଚାରୀଙ୍କ ଦାଦାଗିରି, କାକୁଡି ବିକ୍ରେତାଙ୍କୁ ମାରିଲେ ନିସ୍ତୁକ ମାଡ

Published By : Prameya-News7 Bureau | March 12, 2020 IST

ସୋର ୧୨।୩: ସୋର ଷ୍ଟେସନ ବାହାରେ କାକୁଡି ବିକ୍ରେତାଙ୍କୁ ନିସ୍ତୁକ ମାଡ । ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ କାକୁଡି ବିକ୍ରେତାଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଦୁଇ ଷ୍ଟେସନ କର୍ମଚାରୀ । ତେବେ ମାଡ ମାରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ସୂଚନାଯୋଗ୍ୟ ଯେ, ସୋର ଷ୍ଟେସନରେ ପୌରପାଳିକା ଓ୍ବାର୍ଡ ନଂ ୩ର ବାସିନ୍ଦା ହରେକୃଷ୍ଣ ମହାଳିକ କାକୁଡି ବିକ୍ରୟ କରିଥାନ୍ତି । ତେବେ ତାଙ୍କୁ ଷ୍ଟେସନର ଦୁଇ ଜଣ କର୍ମଚାରୀ ଗାଳିଗୁଲଜ କରିବା ସହ ମିଳିତଭାବେ ତାଙ୍କୁ ମାଡ ମାରିଥିବା ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.