ଟଙ୍କା ମାଗିବାରୁ ଗୋଷ୍ଠୀ ସଂଘର୍ଷ, ଯୁବକକୁ ପଥରରେ ଛେଚି ଦେଲେ, ହସ୍ପିଟାଲ ନଆଣି ଗ୍ରାମବାସୀ ମୋବାଇଲରେ ଉଠାଇଲେ ଫଟୋ

Published By : Prameya-News7 Bureau | August 09, 2020 IST

ନୀଳଗିରି,୦୯।୦୮: ଟଙ୍କା ମାଗିବାରୁ ଗୋଷ୍ଠୀ ସଂଘର୍ଷ । ପ୍ରଥମେ ଗାଳିଗୁଲଜ ତାପରେ ଆରମ୍ଭ ହୋଇଥିଲା ଠେଲା ପେଲା ଓ ପାଟିତୁଣ୍ଡ। ଏହାରି ଭିତରେ ତେବେ ଜଣେ ଯୁବକ ଅତି ଅମାନୁଷିକ ଭାବେ ଆଉ ଜଣକୁ ପଥରରେ ଛେଚିଦେବା ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେପଟେ ଗୁରୁତର ଛଟପଟ ହେଉଥିବା ଯୁବକକୁ ତୁରନ୍ତ ହସ୍ପିଟାଲ ନଆଣି ମୋବାଇଲରେ ଫୋଟୋ ଚିତ୍ର ଉତ୍ତୋଳନ କରିବା ନେଇ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି।

ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ଅଂଚଳର କୁସୁମିଆ ଅଞ୍ଚଳର ରଥ ନାୟକକୁ ଏକ ମୋବାଇଲ ହଜାରେ ଟଙ୍କାରେ ନୂଆସାହି ଗ୍ରାମର ଉମା ପାତ୍ର ଙ୍କ ପୁଅ ସୁଦୂର(୩୨) ବିକ୍ରି କରିଥିଲା। ବାରମ୍ବାର ଟଙ୍କା ମାଗିବାରୁ ନିରାଶ ହୋଇ ତାଙ୍କ ସାଇକେଲକୁ  ଅଟକ ରଖି ଟଙ୍କା ଦେଲେ ଯାଇ ସାଇକେଲ ନେବାକୁ କହିଥିଲେ। ଏହାପରେ ସେହି ଗ୍ରାମର ସଞ୍ଜୟ ସେନାପତି (୩୪)  ନୂଆସାହି ଗାଁକୁ ଯାଇ ପାଟିତୁଣ୍ଡ କରିଥିଲେ। ପରେ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏହାପରେ  ସଞ୍ଜୟ ସେଠାରୁ ପଳାଇ ଆସିବା ପରେ ସଜନାଗଡ଼ ଛକ ପାଖରେ ସୁଦୂର ଓ ସେହି ଗ୍ରାମର ମନୋଜ ପାତ୍ରଙ୍କୁ ଏକୁଟିଆ ପାଇ ଆତର୍କିତ ଆକ୍ରମଣ  କରିଥିବା ଜଣାପଡିଛି। ସଞ୍ଜୟ ଦୁଇ ଜଣଙ୍କୁ ପକ୍କା ରାସ୍ତାରେ ଗଡାଇ ଗଡାଇ ଏକ ଠେଙ୍ଗାରେ ମାଡ଼ ମାରି ଚାଲିଥିବା ବେଳେ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ ପଥର ଆଣି ସୁଦୂର ମୁଣ୍ଡରେ ଛେଚି ଦେଇଥିଲା। ଖାଲି ସେତିକି ନୁହେଁ ଛାତିକୁ ମଧ୍ୟ ପଥରରେ ଛେଚି ଚାଲିଥିଲା।ଆଶ୍ଚର୍ଯ୍ୟ ର କଥା ସେଠାରେ କିଛି ଉପସ୍ଥିତ ଲୋକ ମଧ୍ୟ ଏହାକୁ ବାରଣ କରିଥିଲେ। ତଳେ ପଡି ସୁଦୂର ଛଟପଟ ହେଉଥିବାବେଳେ ତାଙ୍କୁ ହସ୍ପିଟାଲ ନେବା ପରିବର୍ତେ ବରଂ ମୋବାଇଲ ରେ ଫୋଟୋ ଉଠାଉଥିଲେ।

ଖବରପାଇ ନୀଳଗିରି ଏସଆଇ ବାସୁଦେବ ଜୟସିଂ ଘଟଣା ସ୍ଥଳରେ ପହଞ୍ଚି ଗୁରତର ସୁଦୂର ଓ ମନୋଜଙ୍କୁ ନୀଳଗିରି ହସ୍ପିପିଟାଲରେ ଭର୍ତି କରିଛନ୍ତି। ଅଭିଯୁକ୍ତ ସଞ୍ଜୟକୁ ଅଟକ ରଖିବା ସହ ସେ ଆହତ ଥିବାରୁ ତାଙ୍କୁ ମଧ୍ୟ ଚିକିତ୍ସା କରାଯାଇଛି। ତେବେ ସୁଦୂରର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସଞ୍ଜୟ ଏନେଇ ପାଲଟା ମାମୁଁ ଭଜଣା ନାଁରେ ଅଭିଯୋଗ ଉଠାଇଛି। ଦୁଇଜଣ ମଦ ଖାଇ ଗାଳିଗୁଲଜ କରିବା ପରେ ପାଟିତୁଣ୍ଡ ଓ ପିଟା ପିଟି ହୋଇଥିବାର କହିଛନ୍ତି। ଖବର ଲେଖିବା ବେଳକୁ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ। ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.