ବିଜେଡି ନେତାଙ୍କୁ ଆକ୍ରମଣ ଉଦ୍ୟମ, ଗଛରେ ବନ୍ଧାହେଲେ ଯୁବକ

Published By : Prameya-News7 Bureau | October 02, 2021 IST

ନୀଳଗିରି, ୨/୧୦: ବିଜେଡି ନେତାଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ବେଳେ ସମ୍ପୃକ୍ତ ଯୁବକକୁ ଅଞ୍ଚଳବାସୀ ଗଛରେ ବାନ୍ଧି ପକାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ନୀଳଗିରି ବ୍ଲକ ଅଧିନ ଜଡିଦା ପଞ୍ଚାୟତ ପୋଡାଶୂଳ ଅଂଚଳରେ ସାଇକେଲ ଦୋକାନ କରିଥିବା ବିଜେଡି ନେତା ଭାସ୍କର ମିଶ୍ରଙ୍କୁ ଡାହିସାହି ଗ୍ରାମର ବାଜ ସିଂ ଏକ ଖଣ୍ଡାରେ ଆକ୍ରମଣ କରୁଥିବା ବେଳେ ଜଣେ ବ୍ୟକ୍ତି ଧରିନେଇଥିଲେ। ତାଙ୍କ ହାତରେ କ୍ଷତ ହୋଇଥିବା ଜଣାପଡିଛି।

ଜଡିଦା ଗାଁପୋଖରୀରେ ମାଛ ଧରିବାକୁ କେନ୍ଦ୍ରକରି ଏଭଳି ହୋଇଥିବା ସୂଚନା ମିଳିଛି। ଆକ୍ରମଣ କରୁଥିବା ଯୁବକଙ୍କୁ ଅଞ୍ଚଳବାସୀ ଏକ ଗଛରେ ବାନ୍ଧି ଦେଇଥିବା ବେଳେ ଅଂଚଳରେ ଉତ୍ତେଜନା ଲାଗିରହିଛି। ନୀଳଗିରି ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଉଦ୍ଧାର କରି ନୀଳଗିରି ଥାନାରେ ଅଟକ ରଖିଛି। ଏନେଇ ଭାସ୍କର ମିଶ୍ର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.