ନିଶାସକ୍ତ ଯୁବକର ଉନ୍ମତ୍ତ କାଣ୍ଡ: ତିନିଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା

Published By : Prameya-News7 Bureau | November 01, 2021 IST

ବାଲିପାଟଣା ୦୧/୧୧ : ବାଳକାଟି ସାତ କାଣିଆବସ୍ତିରେ ନିଶାସକ୍ତ ଯୁବକର ଫାର୍ସା ଚୋଟରେ ତିନି ଜଣ ଆହତ ହୋଇଛନ୍ତି । ୩ ଜଣଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଶାଶକ୍ତ ଯୁବକ ହେଉଛନ୍ତି ତୋଫାନ ଭୋଇ।

ସମ୍ପୃକ୍ତ ଯୁବକଙ୍କୁ ବାଳକାଟି ଫାଣ୍ଡି ପୋଲିସ ଅଟକ ରଖିଛି । ଗୁରୁତର ମାନେ ହେଲେ ସୁଷମା ଦାସ, ସୁନିଲ ଦାସ ଓ ପୁର୍ଣିମା ଭୋଇ । ଆହତମାନେ ସେହି ବସ୍ତିରେ ଘର କରି ରହନ୍ତି । ତାଙ୍କ ଘର ପାଖରେ ଚାରୀମାଣିଆ ଗାଁ ଭୋଇସାହିର ତୋଫାନ ଭୋଇ ରହନ୍ତି । କିଛି ଦିନ ତଳେ କୌଣସି ଘଟଣାକୁ ନେଇ ସମ୍ପୃକ୍ତ ଯୁବକ ସହ ଆହତଙ୍କ ପରିବାର ସହ ଝଗଡ଼ା ହୋଇଥିଲା । ରବିବାର ରାତିରେ ତୋଫାନ ନିଶାସକ୍ତ ଅବସ୍ଥାରେ ଗାଳି ଗୁଲଜ କରିଥିଲା । ଆହତମାନେ ବିରୋଧ କରିବାରୁ ରାଗିଯାଇ ସମ୍ପୃକ୍ତ ତୋଫାନ ଫାର୍ସାରେ ତାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲା।

ଏହାଦ୍ୱାରା ସୁଷମାଙ୍କ ଛାତିରେ ଓ ପିଠିରେ ଶକ୍ତ ଆଘାତ ଲାଗିଛି। ସୁନିଲଙ୍କ ଗୋଡ଼ରେ ମଧ୍ୟ ଖଣ୍ଡିଆ ହୋଇଛି । ସେହିପରି ପୁର୍ଣିମାର ହାତ ଓ ପିଠିରେ ମଧ୍ୟ ଅଧିକ ଖଣ୍ଡିଆ ଖାବରା ହୋଇଯାଇଛି। । ଏହା ଶୁଣି ବାଳକାଟି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ତୋଫାନକୁ ଅଟକ ରଖି ପଚରାଉଚୁରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.