ଭିଣୋଇର ଚାପଡ ମାଡରେ ଶଳା ଗୁରୁତର

Published By : Prameya-News7 Bureau | August 23, 2018 IST

କଟକ ୨୩/୮ : ଭିଣୋଇର ଚାପଡ ମାଡରେ ଶଳା ଗୁରୁତର । କଟକ ଜଗତପୁର ଥାନା ପାଗା ଛକ ପେଟ୍ରୋଲ ପମ୍ପ ନିକଟରେ ମାଂସ ଦୋକାନ କରିଥିବା ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ତାଙ୍କ ଭିଣୋଇ । ଗୁରୁତର ଯୁବକ ହେଲେ ସାଲେପୁର ତିଳିଦି ଗାଁର ସେକ ରିଜୁଆନ ଅଲ୍ଲି । କୌଣସି କଥାକୁ ନେଇ ଶଳା ଭିଣୋଇଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଭିଣୋଇ ରାଗିଯାଇ ଶଳା ସେକ ରିଜୁଆନଙ୍କୁ ଗୋଡାଇ ଗୋଡାଇ ହାଣିଛି । ଏହା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଭିଣୋଇକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.