ସ୍ତ୍ରୀର ଚିକିତ୍ସା ପାଇଁ ନେଇଥିଲେ ହାତଉଧାରି, ଚିନ୍ତାରେ କିରୋସିନ ଢାଳି କଲେ ଆତ୍ମହତ୍ୟା

Published By : Prameya-News7 Bureau | September 11, 2021 IST

ସୋର ୧୧।୯: ବାଲେଶ୍ବର ଜିଲ୍ଲା ଖଇରା ଥାନା ଅର୍ଜୁନପୁର ଗ୍ରାମରେ ଅଭାବନୀୟ ଘଟଣା । କିରୋସିନ ଢାଳି ହୋଇ ଆତ୍ମହତ୍ୟା କଲେ ଯୁବକ । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିର ଶିଶିର ଘରକୁ ଫେରିଥିଲେ । କୌଣସି କଥାକୁ ନେଇ ସ୍ତ୍ରୀଙ୍କ ସହ ଝଗଡା ହୋଇଥିଲା ।

ଏଥିରେ ଶିଶିର ଉତକ୍ଷୀପ୍ତ ହୋଇ ସ୍ତ୍ରୀକୁ ମାରିବା ପାଇଁ ଗୋଡ଼ାଇବାରୁ ସେ ଗାଁକୁ ଦୌଡି ପଳାଇଥିଲେ । ଏହି ସମୟରେ ସେ କବାଟ ବନ୍ଦକରି ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  ଶିଶିରଙ୍କୁ ଅଧାପୋଡା ଅବସ୍ଥାରେ ଦମକଳ ସହାୟତାରେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।  ସେଠାରୁ କଟକ ବଡ ମେଡିକାଲ ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ସ୍ତ୍ରୀ ମିତାରାଣୀ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇଥିଲେ । ବହୁ ଅର୍ଥ ଖର୍ଚ୍ଚ କରି କଟକରୁ ସୁସ୍ଥ ହୋଇ ଘରକୁ ଆସିଥିଲେ । ସେ ଜଣେ ଗରିବ ଲୋକ ହୋଇଥିବାରୁ ହାତଉଧାରକୁ ନେଇ ଚିନ୍ତାରେ ରହୁଥିଲେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.