ନାବାଳିକାଙ୍କୁ ପିଟିପିଟି ହତ୍ୟା ପରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 21, 2021 IST

ବଡବିଲ ୨୧।୭: ନାବାଳିକାଙ୍କୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା, ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳ ସାହି ଅଞ୍ଚଳରେ । ଗୁରୁତର ଅବସ୍ଥାରେ ଅଭିଯୁକ୍ତ କୈଳାସ ସିତାରୀକୁ ଚମ୍ପୁଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଚାଲିଛି । ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ଘଟଣାର ଛାନଭିନ୍ ଚଳାଇଛି ।

{"id":483800,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ନାରଦପୁର ପଂଚାୟତ ଜଗନ୍ନାଥପୁର ଅଂଚଳର ଶାନ୍ତିଲତା ଓରାମ ନାମକ ଜଣେ ବିଧବା ମହିଳାଙ୍କୁ ଆଣି ନିଜ ସ୍ତ୍ରୀ ଭାବେ ରଖିଆସୁଥିଲା ଅଭିଯୁକ୍ତ କୈଳାସ ସିତାରୀ । ବିଧବାଙ୍କ ଏକ ୧୫ ବର୍ଷର ନାବାଳିକା ଝିଅ ସୁମିତ୍ରା ମଧ୍ୟ ସେମାନଙ୍କ ସହ ରହିଆସୁଥିଲା । ମଙ୍ଗଳବାର ସନ୍ଧ୍ୟାରେ ସୁମିତ୍ରା, ମୋବାଇଲ ଫୋନରେ କୌଣସି ଯୁବକ ସହ ଗପିବା ସନ୍ଦେହ କରି ଗାଳିଗୁଲଜ କରିବା ସହ ଏକ ବାଡ଼ିରେ  ଅତି ଅମାନୁଷିକ ଭାବେ ସୁମିତ୍ରାକୁ ପିଟିଥିଲା କୈଳାସ । ଏହାକୁ ମା’ ଶାନ୍ତିଲତା ବିରୋଧ କରିଥିଲେ ବି  କିଛି ଶୁଣିନଥିଲା ସେ । ଯାହାଫଳରେ ସେହିଠାରେ ହିଁ ସୁମିତ୍ରାଙ୍କ ମୃତ୍ୟୁ ଘଟିଥିଲା ।

{"id":483801,"sizeSlug":"large","linkDestination":"none"}

ତେବେ ଏହି ହତ୍ୟାକାଣ୍ଡ ଭିଆଇବା ପରେ ନିଜ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ କୈଳାସ । ମାତ୍ର ଶାନ୍ତିଲତା ଏକ ଦାଉଲିରେ ରଶିକୁ କାଟିଦେବାରୁ ସେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲା । ଚମ୍ପୁଆ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ ଜାରି ରଖିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.