Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

COVID-19 ହେଲ୍ପ ଲାଇନକୁ ମାଗିଲେ ଗରମ ସିଙ୍ଗଡା ଓ ଚଟନୀ, ନର୍ଦ୍ଦମା ସଫା କରାଇଲା ପ୍ରଶାସନ

30/03/2020 at 4:11 PM

ରାମପୁର :  କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଏବେ ଅଭାବନୀୟ ପରିସ୍ଥିତି ଉପୁଜିଛି। ଦିନକୁ ଦିନ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନିଶ୍ଚିତତା କାରଣରୁ ଶହ ଶହ ଲୋକେ ଦେଶ ଲକ୍ ଡାଉନ ବେଳେ ଦଳ ଦଳ ହୋଇ ଏଣେ ତେଣେ ପଳାୟନ କରୁଛନ୍ତି। ଏଣୁ କରୋନା ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସିଓଭିଆଇଡି ହେଲ୍ପ ଲାଇନ ସ୍ଥାପନା କରାଯାଇଛି। ତେବେ ଲୋକେ ହେଲ୍ପ ଲାଇନ ନମ୍ବରରେ ଫୋନ କରି ଅଜବ ହରକତ କରୁଥିବା ଜଣାପଡିଛି।

ଉତ୍ତରପ୍ରଦେଶ ରାମପୁରରେ ଜଣେ ବ୍ୟାକ୍ତି ସିଓଭିଆଇଡି-୧୯ ହେଲପଲାଇନ୍ ନମ୍ବରକୁ ବାରମ୍ବାର ଫୋନ କରି ସିଙ୍ଗଡା ପଠାଇବାକୁ ଦାବି କରୁଥିଲା।  ତେବେ ଏପରି ହଇରାଣ ନ କରିବାକୁ ତାକୁ ବାରମ୍ବାର କୁହାଯାଉଥିଲେ ବି ସେ ୪ଟା ଗରମ ସିଙ୍ଗଡା ଓ ଚଟନି ମାଗି ହଇରାଣ କରିବାରୁ ଶେଷରେ ପ୍ରଶାସନକୁ ଦେବାକୁ ପଡିଛି। ତେବେ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତି ଦ୍ୱାରା ପ୍ରଶାସନ ସହରର ନର୍ଦ୍ଦମା ପରିସ୍କାର ବି କରାଇଛି। ଘଟଣା ନିଜେ ରାମପୁର ଡିଏମ ତାଙ୍କ ଟ୍ୱିଟ୍‌ରେ ପୋଷ୍ଟ କରିବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ କେବଳ ରାମ ପୁର ନୁହେଁ ଦେଶର ବିଭିନ୍ନ ଭାଗରେ ଲୋକେ ହେଲ୍ପ ଲାଇନ ନମ୍ବରରେ ଏପରି ହରକତ କରୁଥିବା ଜଣାପଡିଛି। ଏହିପରି ଜଣେ ବ୍ୟକ୍ତି ତାଙ୍କ ଘରେ ପିଜା ଡେଲିଭରି ଦେବାକୁ ହେଲ୍ପ ଲାଇନ ନମ୍ବରରେ ଫୋନ କରି ହଇରାଣ କରୁଥିବାର ପ୍ରମୁଖ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଥିଲା। ତେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ୧ହଜାର ୭୯ ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି।

   Related Posts