ଜାଲ୍ ନୋଟ୍ କାରବାର କରୁଥିବା ଅଭିଯୁକ୍ତ ଗିରଫ, ଜାଲ୍ ନୋଟ୍ ଜବତ

Published By : Prameya-News7 Bureau | December 19, 2018 IST

ଚାନ୍ଦବାଲି ୧୯|୧୨: ଜାଲ୍ ନୋଟ୍  ସହ ଅଭିଯୁକ୍ତ ଗିରଫ । ଚାନ୍ଦବାଲି ବାଁଶଡା ଥାନା ଘଣ୍ଟେଶ୍ବର ବଜାରରେ ଜାଲ୍ ନୋଟ୍ କାରବାର କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ଘଣ୍ଟେଶ୍ବର ଫାଣ୍ଡି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ତିହିଡି ବ୍ଲକ୍ ପରିହାଟ ବଜାରର ମଦନ ବାରିକ । ତାଙ୍କ ନିକଟରୁ କିଛି ଜାଲ୍ ନୋଟ୍ ଜବତ କରାଯାଇଛି । ସ୍ମୃତି ରଂଜନ ଖୁଣ୍ଟିଆଙ୍କ ତେଜରାତି ଦୋକାନରୁ ୩ ଜଣ ବ୍ୟକ୍ତି ପ୍ରଥମେ ୭ ଟି ୨୦୦ ଟଙ୍କିଆ ନୋଟ୍ ଦେଇ ସଉଦା ନେଇଥିଲେ। ପୁଣି ଥରେ ଆସି ତିନୋଟି  ନୋଟ୍ ଦେଇ ସଉଦା ନେବାକୁ ଉଦ୍ୟମ କରୁଥିବା ବେଳେ ସ୍ମୃତି ରଂଜନ ଆଖପାଖ ଦୋକାନୀଙ୍କୁ ଏକାଠି କରି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.