ଓ୍ବେବ୍ ସିରିଜରେ କାମ ଦେବା ନାଁରେ ମଡେଲଙ୍କୁ ମାଗୁଥିଲା ଉଲଗ୍ନ ଫଟୋ : ସୋସିଆଲ୍ ମିଡିଆରେ ଭାଇରାଲ୍ କରିବାକୁ ଦେଉଥିଲା ଧମକ

Published By : Prameya-News7 Bureau | September 22, 2020 IST

ନୂଆଦିଲ୍ଲୀ ୨୨/୯: ଦିଲ୍ଲୀ ପୋଲିସ୍ ଇନଷ୍ଟାଗ୍ରାମରେ ଜଣେ ମହିଳା ମଡେଲଙ୍କ ବ୍ୟବହାର କରିବା ଏବଂ କାମ ଦେବା ନାଁରେ ମହିଳାଙ୍କ ଶୋଷଣ କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି।

ପୋଲିସର କହିବା ଅନୁସାରେ ଅଭିଯୁକ୍ତ ଦୀପକ ଦାବି କରୁଥିଲା ଯେ ସେ ଏକ ପ୍ରଡକ୍ସନ୍ ହାଉସ୍ ସହ ଜଡ଼ିତ ଥିଲା ଏବଂ ପରବର୍ତ୍ତୀ ଓ୍ବେବ୍ ସିରିଜ ପାଇଁ ନୂଆ ମଡେଲ୍ ସନ୍ଧାନରେ ଥିଲା।

ଜଣେ ଅଭିଯୋଗକାରୀ ଯୁବତୀ ତା ସହ ଇନଷ୍ଟାଗ୍ରାମରେ ଯୋଗାଯୋଗ କରିଥିଲା ଏବଂ ଜଣେ ମଡେଲ୍ ଭାବେ ନିଜର ପରିଚୟ ଦେଇଥିଲେ। ଅଭିଯୁକ୍ତ କହିଥିଲା ଯେ ସେ ପରବର୍ତ୍ତୀ ଓ୍ବେବ୍ ସିରିଜ ପାଇଁ ନୂଆ ମଡେଲ୍ ଖୋଜୁଥିଲା ଏବଂ ପଚାରିଥିଲା ଯେ ସେ ଅଡିସନ ପାଇଁ ନିଜର ନଗ୍ନ ଫଟୋ ପଠାଇ ପାରିବେ କି ନାହିଁ।

୧୭ବର୍ଷ ବୟସର ନାବାଳିକା ଯୁବତୀ ନିଜ ନଗ୍ନ ଫଟୋ ଅଭିଯୁକ୍ତକୁ ପଠାଇଥିଲେ। ଏହା ପରଠୁ ସେ ଲଗାତାର ଯୁବତୀଙ୍କୁ ନଗ୍ନ ଫଟୋ ମାଗୁଥିଲା ଯାହା ଯୋଗୁଁ ଯୁବତୀ ବିରକ୍ତ ହୋଇ ମନା କରି ଦେଇଥିଲେ ଏବଂ ଅଭିଯୁକ୍ତକୁ ଇନଷ୍ଟାଗ୍ରାମରେ ବ୍ଲକ୍ କରି ଦେଇଥିଲେ।

ପରେ ଦୁଇ ଜଣ ଯୁବକ ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ଯୋଗାଯୋଗ କରିଥିଲେ ଏବଂ ଧମକ ଦେଇଥିଲେ ଯେ ତାଙ୍କ ଉଲଗ୍ନ ଫଟୋ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଦେବେ। ଏହା ପରଠୁ ଅଭିଯୁକ୍ତମାନେ ତାଙ୍କୁ ଫଟୋ ଦେବାପାଇଁ ବ୍ଲାକମେଳ୍ କରିବାକୁ ଲାଗିଲେ।

ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତର ସେଲଫୋନ୍ ନମ୍ବରର ଠିକଣା ଲଗାଇଥିଲା। ମୋବାଇଲର ଲୋକେସନ ମିଳିବା ପରେ ଅଭିଯୁକ୍ତକୁ ସୁଲତାନପୁରୀରେ ତା ଘରୁ ଗିରଫ କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.