ମେଟ୍ରୋରେ ମହିଳାଙ୍କ ସମ୍ମୁଖରେ ବସି ଅଶ୍ଳୀଳ ବ୍ୟବହାର କରୁଥିଲା ଯୁବକ : ମହିଳା କଲେ ଏଭଳି କାମ...

Published By : Prameya-News7 Bureau | June 08, 2019 IST

ନୂଆଦିଲ୍ଲୀ ୮/୬ : ମହିଳାଙ୍କ ସୁରକ୍ଷାକୁ ନେଇ ଦିଲ୍ଲୀ ସରକାର ଦ୍ୱାରା ଭଡା କମ କରାଯାଇଥିବା ଘୋଷଣା ପରେ ଚର୍ଚ୍ଚାରେ ରହିଛି ଦିଲ୍ଲୀ ମେଟ୍ରୋ । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଦିଲ୍ଲୀ ମେଟ୍ରୋ ଟ୍ରେନରେ ମହିଳାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିବା ଯୋଗୁଁ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ମହିଳା ଦକ୍ଷିଣ ଦିଲ୍ଲୀ ଅଂଚଳରେ ରହନ୍ତି । ମହିଳା ଗୁରୁଃଗ୍ରାମ ପୋଲିସ ଥାନାରେ ଏନେଇ ମାମଲା ରୁଜ୍ଜୁ କରିଥିଲେ । ମହିଳା ଅଭିଯୋଗ କରିଥିଲେ ଯେ, ଉକ୍ତ ବ୍ୟକ୍ତି ଟ୍ରେନରେ ମହିଳାଙ୍କ ସହ ଗୋଟିଏ କୋଚରେ ବସିଥିଲେ ଏବଂ ତାଙ୍କ ଆଡକୁ ଦେଖି ଅଶ୍ଳୀଳ ବ୍ୟବହାର କରୁଥିଲା । ଘଟଣା ଇଫକୋ ଛକ ଏବଂ ହୁଡ଼ା ସିଟି ସେଣ୍ଟର ମେଟ୍ରୋ ଷ୍ଟେସନ ମଝିରେ ହୋଇଥିଲା ।

{"id":120930}

ଗୁରୁଃଗ୍ରାମ ପୋଲିସ ଅଧିକାରୀ, ସୁଭାଷ ଵୋକନ କହିଛନ୍ତି ଯେ, ଅଭିଯୁକ୍ତର ସମସ୍ତ ଅଶ୍ଳୀଳ ବ୍ୟବହାର ମେଟ୍ରୋରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମହିଳାଙ୍କ ଅଭିଯୋଗ ପରେ ସିସିଟିଭି ଫୁଟେଜ ଚେକ କରିଥିଲା ପୋଲିସ । ଫୁଟେଜ ଦେଖିବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ଅଭିଯୁକ୍ତ ହେଲା ହରିୟାଣାର ଚରଖି ଦାଦରି ଅଂଚଳରେ ରହୁଥିବା ନିତିନ । ଗିରଫ ହେବାପରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.