Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ନିଜକୁ ଭାରତୀୟ ସେନା ଅଫିସର କହି ୧୭ ପରିବାରଙ୍କୁ ବିବାହ ପ୍ରଲୋଭନ ଦେଖାଇ ଠକିଥିଲା ୬ କୋଟି ଟଙ୍କା

22/11/2020 at 1:39 PM

ହାଇଦ୍ରାବାଦ ୨୨/୧୧ : ହାଇଦ୍ରାବାଦରୁ ଏକ ଠକେଇ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଜଣେ ବ୍ୟକ୍ତି ନିଜକୁ ସେନା ଅଧିକାରୀ କହି ପାଖାପାଖି ୧୭ଜଣଙ୍କୁ ଠକିଥିବା ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତି ଜଣକ ୧୭ଜଣଙ୍କ ଠାରୁ ପାଖାପାଖି ୬.୬୧ କୋଟି ଟଙ୍କା ଠକିଛି। ଲୋକଙ୍କୁ ଠକିଥିବା ବ୍ୟକ୍ତି ଜଣକୁ ପୋଲିସ ଗିରଫ କରିଛି।

ଅଭିଯୁକ୍ତ ଜଣକ ହେଲା ମଧୁବଥ ଶ୍ରୀନୁ ନାୟକ। ତା’ ଘର ଆନ୍ଧ୍ର ପ୍ରଦେଶ ପ୍ରକାଶମ ଜିଲ୍ଲା କେଲ୍ଲମପଲ୍ଲି ଗାଁରେ। ଗିରଫ ହେବାପରେ ଜଣାପଡିଛି ଯେ ଠକେଇ ଟଙ୍କାରେ ସେ ସୈନିକପୁରୀରେ ଏକ ଘର, ୩ଟି କାର ଓ ଅନ୍ୟାନ୍ୟ ଆସବାବପତ୍ର କିଣିଛି। ପୋଲିସକୁ ଶ୍ରୀନୁ ଠାରୁ ୩ଟି ନକଲି ପିସ୍ତଲ, ସେନା ୟୁନିଫର୍ମ, ଏକ ନକଲି ଆର୍ମି ପରିଚୟ ପତ୍ର ଓ କିଛି ନକଲି ଦସ୍ତାବିଜ ଜବତ ହେଇଛି। ପୋଲିସ ଶ୍ରୀନୁ ଠାରୁ ନଗଦ ୮୫ ହଜାର ଟଙ୍କା ଓ ୩ କାର ମଧ୍ୟ ଜବତ କରିଛି।

ପୋଲିସ ଶ୍ରୀନୁ ସମ୍ବନ୍ଧରେ ସବୁ ସୂଚନା ଦେଇଛି। ପୋଲିସ ଅନୁସାରେ, ଶ୍ରୀନୁ ନବମ ଶ୍ରେଣୀ ଯାଏଁ ପାଠ ପଢିଛି। କିନ୍ତୁ ତା ପାଖରେ ନକଲି ସ୍ନାତକ ସାର୍ଟିଫିକେଟ ଜବତ କରିଛି। ତା’ ସ୍ତ୍ରୀଙ୍କ ନାଁ ଅମୃତା ଦେବୀ। ତାର ଏକ ପୁଅ ମଧ୍ୟ ଅଛି ଯିଏ ଇଣ୍ଟରରେ ପଢୁଛି। ଶ୍ରୀନୁର ସ୍ତ୍ରୀ ପୁଅ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ଗୁଣ୍ଠୁର ଜିଲ୍ଲାରେ ରହୁଛନ୍ତି। କିନ୍ତୁ ସେ ନିଜେ ସୈନିକପୁରୀ, ଜବାହର ନଗରରେ ରହେ। ସେ ନିଜ ପରିବାରକୁ ମଧ୍ୟ ମିଛ କହିଛି। ତାକୁ ଭାରତୀୟ ସେନାରେ ମେଜର ଚାକିରୀ ମିଳିଥିବା ସେ ନିଜ ପରିବାରକୁ କହିଛି।

ପୋଲିସ ତା’ ପାଖରୁ ନିକ ନକଲି ଆଧାର କାର୍ଡ ମଧ୍ୟ ଜବତ କରିଛି। ଆଧାର କାର୍ଡରେ ସେ ନିଜର ଜନ୍ମ ତାରିଖ ୧୯୭୯-୦୭-୧୨ ବଦଳରେ ୧୯୮୬-୭-୨୭ ଦର୍ଶାଇଛି। ପଚରାଉଚୁରା ବେଳେ ସେ ପୋଲିସକୁ କହିଛି ଯେ ମ୍ୟାରେଜ ବ୍ୟୁରୋ କିମ୍ବା ନିଜ ପରିଚିତଙ୍କ ଜରିଆରେ ସେ ଏମିତି ପରିବାର ଖୋଜିଥାଏ ଯେଉଁମାନେ ନିଜ ଝିଅମାନଙ୍କ ବାହାଘର କରିବାକୁ ପୁଅ ଖୋଜୁଥାନ୍ତି। ଏହାପରେ ସେ ନିଜର ନକଲି ଆର୍ମି ଆଇଡି କାର୍ଡ ଓ ଫଟୋ ଝିଅଘରଵାଲାଙ୍କୁ ଦେଖାଇ ତାଙ୍କୁ ନିଜ ଜାଲରେ ଫସାଇଥାଏ ଓ ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥାଏ।

   Related Posts