Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଆର୍ମି କ୍ୟାମ୍ପ୍ ନିକଟରୁ ସନ୍ଦିଗ୍ଧ ଯୁବକ ଗିରଫ, ଫଟୋ ଉଠାଇ ପଠାଉଥିଲେ ପାକିସ୍ତାନ

4/10/2020 at 5:39 PM

ମୁମ୍ବାଇ, ୦୪ ।୧୦:    ମହାରାଷ୍ଟ୍ରର ଦେବଲାଲୀ ପୋଲିସ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଏହି ଯୁବକଜଣଙ୍କ ପ୍ରତିରକ୍ଷା ବିଭାଗର ଏକ ନିଷିଦ୍ଧାଞ୍ଚଳର ପଟୋ ଉଠାଉଥିଲେ । ଗିରଫ ଯୁବକ ହ୍ୱାଟସଆପ୍ ଗ୍ରୁପରେ ଫଟୋକୁ ପାକିସ୍ତାନ ପଠାଉଥିବା ଜଣାପଡିଛି । ଦେବଲାଲୀ ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ଅବସ୍ଥିତ । ଏଠାରେ ସେନାର ତୋପ ବେସ୍, କେନ୍ଦ୍ର ଓ କମ୍ବାକ୍ଟ ଆର୍ମି ଆଭିଏସନର ପ୍ରଶିକ୍ଷଣ ସ୍କୁଲ ଭଳି ପ୍ରତିରକ୍ଷା ପ୍ରତିଷ୍ଠାନ ରହିଛି ।

ଗିରଫ ଯୁବକ ହେଲେ ସଞ୍ଜୀବ କୁମାର । ତାଙ୍କୁ ସେହି ସମୟରେ ଗିରଫ କରାଯାଇଛି ଯେତେବେଳେ ସେ ମୋବାଇଲ ଫୋନରେ ମିଲଟାରୀ ହସ୍ପିଟାଲ ନିକଟବର୍ତ୍ତୀ କିଛି ଅଞ୍ଚଳର ଫଟୋ ଉଠାଉଥିଲେ । ଏହି ସ୍ଥାନରେ ଫଟୋ ଓ ଭିଡିଓ ସୁଟିଂ ପାଇଁ ଅନୁମତି ନାହିଁ ।

ଏହି ଅଞ୍ଚଳରେ ଥିବା କିଛି ଯବାନ ଯୁବକଙ୍କୁ ଦେଖିବାକୁ ପାଇଥିଲେ ଓ ତାଙ୍କ ଫୋନ୍ ଜବତ କରିନେଇଥିଲେ । ଫୋନ୍ ଯାଞ୍ଚ୍ କରିବା ପରେ ସେ ଏକ ହ୍ୱାଟସଆପ ଗ୍ରୁପରେ ଫଟୋଗୁଡିକୁ ସେଣ୍ଡ୍ କରିଥିବା ଜଣାପଡିଥିଲା । ଏହି ହ୍ୱାଟସଆପ୍ ଗ୍ରୁପର ଆଡମିନ୍ ଜଣେ ପାକିସ୍ତାନୀ ବୋଲି ଜଣାପଡିଛି । ତେବେ ଶନିବାର ତାଙ୍କୁ ଦେବଲାଲୀ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।

ସଞ୍ଜୀବଙ୍କୁ ଅଫିସିଆଲ ସିକ୍ରେଟ୍ ଆକ୍ଟ ଆଧାରରେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ତେବେ ଗତ ୧ ମାସ ଧରି ସଞ୍ଜିବ ଦେବଲାଲୀ ସେନା କ୍ୟାମ୍ପର ସୈନ୍ୟ ହସ୍ପିଟାଲ ନିକଟରେ ଶ୍ରମିକ ଭାବେ କାମ କରୁଥିବା ସୂଚନା ମିଳିଛି ।

   Related Posts