ଭାରତ ମାତାର ଦେଶ ଦ୍ରୋହୀ ସନ୍ତାନ : ପାକିସ୍ତାନକୁ ଦେଉଥିଲା ଇଣ୍ଡିଆନ ଆର୍ମିର ଗୁପ୍ତ ତଥ୍ୟ, କାବୁ କଲା CID ସ୍ପେଶାଲ ବ୍ରାଞ୍ଚ୍

Published By : Prameya-News7 Bureau | January 11, 2021 IST

ଜୟପୁର ୧୧/୦୧ : ରାଜସ୍ଥାନର ଏକ ସ୍ପେଶାଲ ବ୍ରାଞ୍ଚ୍ ଜଣେ ୪୨ ବର୍ଷୀୟ ବ୍ୟକ୍ତିକୁ ଗିରଫ କରିଛି । ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ଉକ୍ତ ବ୍ୟକ୍ତିକୁ ଗିରଫ କରାଯାଇଥିବା ସୂଚନା ଦେଇଛି ରାଜସ୍ଥାନ ଅପରାଧ ତଦନ୍ତକାରୀ ସଂସ୍ଥା CID । ଗିରଫ ଅଭିଯୁକ୍ତ ଜୈସଲମେରର ସତ୍ୟନାରାୟଣ ପାଲିଓ୍ବାଲ ଏବଂ ସେ ବିଭିନ୍ନ ସମୟରେ ଭାରତୀୟ ସେନା ବିଷୟରେ ଗୁପ୍ତ ତଥ୍ୟ ପାକିସ୍ତାନକୁ ପ୍ରଦାନ କରୁଥିଲା ।

ରାଜସ୍ଥାନ ପୋଲିସ ଏକ ପ୍ରେସ୍ ରିଲିଜ ଜାରି କରି କହିଛି ଯେ, ଅଭିଯୁକ୍ତଜଣକ ଭାରତୀୟ ସେନାର ଗତିବିଧି ଏବଂ ବିଭିନ୍ନ ସମୟରେ ହେଉଥିବା ବୈଠକ ଆଦିର ଗୁପ୍ତ ତଥ୍ୟ ପାକିସ୍ତାନକୁ ପ୍ରଦାନ କରୁଥିଲା । ପରେ ସେ ରାଜସ୍ଥାନ ଅପରାଧ ତଦନ୍ତକାରୀ ସଂସ୍ଥା (ସ୍ବତନ୍ତ୍ର ଶାଖା) ଦ୍ବାରା ଗିରଫ ହୋଇଛି । ଏହା ସହ ପୋଲିସ କହିଛି ଉକ୍ତ ବ୍ୟକ୍ତି ରିତିମତ ଭାବେ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଏଜେନ୍ସିର ଜଣେ ଏଜେଣ୍ଟ ସହ ସମ୍ପର୍କରେ ରହୁଥିଲା ଏବଂ ସେନାର ଗୁପ୍ତ ତଥ୍ୟ ପ୍ରଦାନ କରୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.