Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପ୍ରେମିକା ବିବାହ କରିବା ପରେ ଅଶ୍ଳୀଳ ଫୋଟ ଓ ଭିଡିଓ ଭାଇରାଲ୍ କରି ଗିରଫ ହେଲା ପ୍ରେମିକ

26/07/2019 at 5:32 PM

ଗଜପତି ୨୬|୭: ପ୍ରେମିକାର ଅଶ୍ଳୀଳ ଫୋଟ ଏବଂ ଭିଡିଓ ଭାଇରାଲ କରି ହରଡଘଣାରେ ପଡିଛି ହତାଶିଆ ପ୍ରେମିକ  । କୌଣସି କାରଣରୁ ଗଞ୍ଜମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କଇଠଡା ଗାଁର ୪୫ ବର୍ଷୀୟ କୁବେର ପଲେଇଙ୍କ ସହ ଗଜପତି ଜିଲ୍ଲାର ଜଣେ ଯୁବତୀଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା  ।

ତେବେ ଯୁବତୀ ଅନ୍ୟଜଣେ ଯୁବକଙ୍କ ସହ ବାହା ହୋଇସାରିବା ପରେ ମଧ୍ୟ ନିଜ ପ୍ରେମକୁ ଭୁଲିନପାରି ପ୍ରେମିକାଙ୍କୁ ପାଇବା ଆଶା ରଖି ଯୁବତୀଙ୍କ ବିଭିନ୍ନ ପ୍ରକାର ଅଶ୍ଳୀଳ ଫୋଟ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଦାମ୍ପତ୍ୟ ଜୀବନରେ ବିଭ୍ରାଟ ସୃଷ୍ଟି ପାଇଁ ଉଦ୍ୟମ କରିଥିଲା । ଏହାକୁ ନେଇ ପିଡୀତାଙ୍କ ବାପା ପୋଲିସର ଦ୍ବାରସ୍ତ ହେବା ପରେ ପାରଳାଖେମୁଣ୍ଡି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଏହା କୁବେର ପଲେଇଙ୍କ କାରନାମା ବୋଲି ଜାଣିବାକୁ ପାଇଥିଲା  ।

ତେବେ ଗତକାଲି କୁବେରଙ୍କୁ ଆର.ଉଦୟଗିରି ବସଷ୍ଟାଣ୍ଡ ନିକଟରୁ ଗିରଫ କରି ପଚାରା ଉଚୁରା କରିବା ସମୟରେ ଜାଲ୍ ଫେସବୁକ୍ ଆକାଉଣ୍ଟ ଖୋଲିବା ଏବଂ ଅଶ୍ଳୀଳ ଫୋଟ ଅପଲୋଡ୍ କରିବା ପାଇଁ ସେ ଅନ୍ୟଜଣେ ଯୁବକଙ୍କ ସହଯୋଗ ନେଇଥିବା ପ୍ରକାଶ କରିଛି  । ଫଳରେ କୁବେରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ବୋଲି ଏସିପି ସାରା ଶର୍ମା ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ।

   Related Posts