ବନ୍ଧୁତ୍ବରେ ଲାଗିଲା କଳଙ୍କ : ସାଙ୍ଗଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରି ଗିରଫ ହେଲା ସାଙ୍ଗ

Published By : Prameya-News7 Bureau | November 02, 2019 IST

ଭୁବନେଶ୍ବର ୨।୧୧: ସାଙ୍ଗଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସହିଦନଗର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ବାଙ୍କୀ ତୁଳସିପୁରର ମାନସ କୁମାର ସାହୁ ।

ସୂଚନାଯୋଗ୍ୟ ଯେ, ମାନସଙ୍କର କେଶୁରା ଗାଁର ଶ୍ରୀକ୍ଷେତ୍ରନଗରରେ ଜଣେ ସାଙ୍ଗ ରହୁଛନ୍ତି । ସେ ଅନେକ ସମୟରେ ତାଙ୍କୁ ଦେଖା କରିବାକୁ ଉକ୍ତ ଘରକୁ ଯା ଆସ କରନ୍ତି । ତାଙ୍କ ସ୍ତ୍ରୀଙ୍କ ସହ ମଧ୍ୟ ମାନସ କଥାବାର୍ତ୍ତା କରନ୍ତି ।

ଗତ ୨୭ ତାରିଖରେ ସାଙ୍ଗଙ୍କ ସ୍ତ୍ରୀ ଘରେ ଏକା ଥିବାବେଳେ ମାନସ ତାଙ୍କ ଘରକୁ ଯାଇଥିଲେ । ସାଙ୍ଗଙ୍କୁ ଅପେକ୍ଷା କରିବା ବାହାନା କରି ଘରେ ବହୁତ ସମୟ ଧରି ବସିଥିଲେ । ସେହି ସମୟରେ ସାଙ୍ଗଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀମାଇନା କରାଇଥିଲା । ପରେ ମାନସଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.