Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଅନର କିଲିଂ : ଫୋନ୍‌ରେ ପୁଅଙ୍କ ସହ କଥା ହେଉଥିଲା ଭଉଣୀ, ପଥରରେ ଛେଚି ମାରିଦେଲା ଭାଇ

21/05/2021 at 10:22 PM

ମୁଜାଫରନଗର ୨୧।୫: ଭଉଣୀ ହତ୍ୟାକାରୀ ଭାଇ ଗିରଫ । ସପ୍ତାହ ପୂର୍ବରୁ ଜଣେ ଯୁବତୀଙ୍କ ମୃତଦେହ ମିଳିବା ପରେ ଅନର କିଲିଂ ମାମଲାରେ ତାଙ୍କ ଭାଇଙ୍କୁ ଶୁକ୍ରବାର ଗିରଫ କରାଯାଇଛି । ଏ ନେଇ ପୋଲିସ ସୂଚନା ଦେଇଛି ।

ଏସଏଚଓ ଅନୀଲ କାପରଭାନଙ୍କ ସୂଚନା ଅନୁସାରେ, ଯାଞ୍ଚ ବେଳେ ଜଣାପଡିଛି ଯେ ଭାଇ ସୋନୁ ତାର  ୨୧ ବର୍ଷ ବୟସ୍କ ଭଉଣୀକୁ ପଥରରେ ଛେଚି ହତ୍ୟା କରିଛି । କାରଣ ସେ ଜାଣିବାକୁ ପାଇଥିଲା ଯେ, ତାର ଭଉଣୀ ଫୋନ୍ ରେ ପୁଅମାନଙ୍କ ସହ କଥାବାର୍ତ୍ତା କରୁଛି ।

ନ୍ୟୁ ମାଣ୍ଡି ପୋଲିସ ଥାନା ଅନ୍ତର୍ଗତ ଥିବା ଅଲମାସପୁର ଗାଁରୁ ସୋନୁକୁ ଗିରଫ କରାଯାଇଛି । ମଙ୍ଗଳବାର ରାତିରୁ ସୋନୁଙ୍କ ଭଉଣୀ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ । ବୁଧବାର ଦିନ ଜନସାଥ ରାସ୍ତାରେ ଥିବା ଏକ ଖାଲି ପ୍ଲଟରେ ମୃତଦେହ ପଡିଥିବା ବେଳେ ପୋଲିସ ଜବତ କରିଥିଲା ।

   Related Posts