Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ରକ୍ତ ସମ୍ପର୍କରେ କଳଙ୍କ, ଝିଆରୀ ସହ ଦୁଷ୍କର୍ମ କରି ବନ୍ଧାହେଲା ବଡବାପା

3/09/2020 at 2:08 PM

କରଞ୍ଜିଆ ୩।୯: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା । ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ । ନିଜ ରକ୍ତ ସମ୍ପର୍କୀୟ ଭିନ୍ନକ୍ଷମ ଝିଆରୀଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲା ବଡବାପା । ଏପରି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ଥାନା ଅନ୍ତର୍ଗତ ବାଟପଳସା ଗ୍ରାମପଞ୍ଚାୟତ ପେଚାସାହି ଗ୍ରାମରୁ ।

ସୂଚନା ଅନୁସାରେ, ପେଚାସାହି ଗ୍ରାମର ନିତ୍ୟାନନ୍ଦ ମୂର୍ମୁ ନାମକ ଜୈନକ ୫୫ ବର୍ଷ ବୟସ୍କ ବ୍ୟକ୍ତି ନିଜ ରକ୍ତ ସମ୍ପର୍କୀୟ ଭିନ୍ନକ୍ଷମ ଝିଆରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏବେ ଝିଅରୀ ୭ ମାସର ଗର୍ଭବତୀ ଥିବା ଜଣାପଡିଛି । ଏ ନେଇ ଗ୍ରାମରେ ଏକ ଖାପ ପଞ୍ଚାୟତ ଜରିଆରେ ଘଟଣାର ତର୍ଜମା କରୁଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦାଦା ନିତ୍ୟାନନ୍ଦଙ୍କୁ  ଧରି ଥାନାକୁ ଆଣିବା ସହିତ ଥାନାରେ ଅଟକ ରଖି  ଅଧିକ ତଦନ୍ତ କରୁଛି ପୋଲିସ ।

ସେହିପରି  ପୀଡିତାଙ୍କୁ ମଧ୍ୟ  ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୀଡିତାର ସ୍ବାସ୍ଥ୍ୟ ପରୀକ୍ଷା ପରେ ବାରିପଦା ସୁଧାର ଗୃହକୁ ପଠାଯିବ ବୋଲି ଥାନା ଅଧିକାରିଣୀ ସରୋଜିନୀ ସିଂ କହିଛନ୍ତି ।

   Related Posts