ଦୁଇ ସନ୍ତାନର ବାପା, ହେଲେ ଛାଡ଼ୁନି ପ୍ରେମ ନିଶା, ନର୍ସିଂହୋମ୍‌ରେ ପହଞ୍ଚି ନର୍ସ ପ୍ରେମିକାକୁ ଟଣାଓଟରା

Published By : Prameya-News7 Bureau | June 22, 2021 IST

ଭୁବନେଶ୍ୱର, ୨୨/୦୬: ବିବାହିତ ଯୁବକଙ୍କ ପରକୀୟା ପ୍ରେମ ହେଲା ମହଙ୍ଗା ।  ପୂର୍ବତନ ପ୍ରେମିକାକୁ ଟଣାଓଟରା କରି ଥାନାକୁ ଟଣାହେଲେ ଲମ୍ପଟ ପ୍ରେମିକ । ଅଭିଯୁକ୍ତ ପ୍ରେମିକ ପ୍ରବର ହେଲେ ଖୋର୍ଦ୍ଧା ବଣିଆଟାଙ୍ଗିର ମାନସ ସାହୁ । ସେ ବିବାହିତ ଏବଂ ଦୁଇଟି ପିଲାର ବାପ । ଗଡଖୋର୍ଦ୍ଧା ନିକଟରେ ମାନସ ଏକ ନର୍ସିଂହୋମ କରିଥିଲେ । ସେଠାରେ କାମ କରୁଥିବା ଜଣେ ନର୍ସଙ୍କୁ ସେ ପ୍ରେମ କରୁଥିଲେ ।

{"id":469716,"sizeSlug":"large","linkDestination":"none"}

ଲୁଚା ଛପାରେ ୪ ବର୍ଷ ଥିଲା ସଂପର୍କ । କିନ୍ତୁ ପରବର୍ତ୍ତୀ ସମୟରେ ନର୍ସିଂ ହୋମଟି ବନ୍ଦ ହେବାପରେ ପ୍ରେମିକା ନର୍ସ ଜଣକ ଭୁବନେଶ୍ବର ଆସି ଆଉ ଏକ ନର୍ସିଂ ହୋମ୍‌ରେ କାମ କରୁଥିଲେ । ପରେ ପ୍ରେମିକଙ୍କ ଠାରୁ  ଦୂରେଇଥିଲେ । କିନ୍ତୁ ମାନସଙ୍କ ପ୍ରେମ ନିଶା ଖସିନଥିଲା ।

{"id":469718,"sizeSlug":"large","linkDestination":"none"}

ଭୁବନେଶ୍ବରର ପାଣ୍ଡରାରେ ଏକ ନର୍ସିଂହୋମ୍‌ରେ କାମ କରୁଥିବା ପୂର୍ବତନ ପ୍ରେମିକାଙ୍କ ପାଖରେ ପହଞ୍ଚି ପ୍ରେମିକ ମାନସ ଜବରଦସ୍ତି ପ୍ରେମ ଜାହିର କରିଲେ । ଟଣା ଓଟରା ମଧ୍ୟ କଲେ। ଏହି ସବୁ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ଭିଜୁଆଲଟିରେ କିଭଳି ଜଣେ ବ୍ୟକ୍ତି ପୋଲିସ ହାତରୁ ବେକାବୁ ହୋଇ ଜଣେ ଯୁବତୀଙ୍କୁ ଗାଳିଗୁଲଜ କରୁଛି ତାହା ଜଣାପଡ଼ୁଛି । ଏପରିକି ପୋଲିସ ଆଗରେ ଏକ ନର୍ସିଂ ହୋମର କର୍ମଚାରୀଙ୍କୁ ଗୋଇଠା ପରେ ଗୋଇଠା ମାରି ଚାଲିଥିବାର ଦେଖାଯାଉଛି । ମାନସ ନର୍ସିଂହେମ୍‌ରେ ଯୁବତୀଙ୍କୁ ଟଣା ଓଟରା କରିବାରୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା । ଖବର ପାଇ ମଞ୍ଚେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାନସଙ୍କୁ ଗିରଫ କରିଛି । ସେପଟେ କିନ୍ତୁ ମାନସ ପ୍ରେମିକାଙ୍କୁ ଛାଡିବାକୁ ନାରାଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.