Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଅନୈତିକ ସମ୍ପର୍କ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, କିରୋସିନି ଢାଳି ନିଆଁ ଲଗାଇବା ବେଳେ ପ୍ରେମିକା ସହ ଧରିଲା ପୋଲିସ

31/05/2021 at 5:35 PM

ରାଇରଙ୍ଗପୁର ୩୧।୫: ଅନୈତିକ ସମ୍ପର୍କ ପାଇଁ ସ୍ତ୍ରୀଙ୍କୁ କିରୋସିନି ଢାଳି ହତ୍ୟା ଉଦ୍ୟମ । ଅଭିଯୁକ୍ତ ନିର୍ଦ୍ଦେଶକକୁ ଗିରଫ କଲା ପୋଲିସ । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ।

ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ଦୁବୁଲାବେଡା ସ୍ଥିତ ଟେକ୍ନୋୱାର୍ଲଡ଼ ଆବାସିକ ମହାବିଦ୍ୟାଳୟର ନିର୍ଦ୍ଦେଶକ ଉମାକାନ୍ତ ମହାନ୍ତ ବିବାହିତ ହୋଇ ମଧ୍ୟ ଅନ୍ୟ ଯୁବତୀଙ୍କ ସହିତ ଅନୈତିକ ସମ୍ପର୍କ ରଖି ଆସୁଥିଲେ । ଏପରିକି ମହାବିଦ୍ୟାଳୟରେ ଯୁବତୀଙ୍କୁ ନେଇ ଅନୈତିକ କାରବାର ଚାଲୁଥିବା ଓ ଏହାକୁ ତାଙ୍କ ସ୍ତ୍ରୀ ବିରୋଧ କରିବାରୁ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଛି । ଏହା ସହିତ ଉମାକାନ୍ତ ଅନ୍ୟ ଜଣେ ଯୁବତୀଙ୍କ ସହିତ ରହୁଥିବା ଅଭିଯୋଗ ମଧ୍ୟ କରିଥିଲେ ତାଙ୍କ ସ୍ତ୍ରୀ । ତେବେ ସୋମବାର ଦିନ ପୁଣି ତାଙ୍କ ସ୍ତ୍ରୀ ଏହାକୁ ବିରୋଧ କରିବାରୁ ଉମାକାନ୍ତ ନିଜ ପ୍ରେମିକା ସହିତ ମିଶି କିରୋସିନି ଢାଳି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ଅଭିଯୋଗ ପାଇ ପୋଲିସ ଉମାକାନ୍ତ ମହାନ୍ତଙ୍କ ସମେତ ସମ୍ପୃକ୍ତ ଯୁବତୀକୁ ଗିରଫ କରି ତଦନ୍ତ କରୁଛି ।

   Related Posts