Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୁକୁର ସହ ଦୁଷ୍କର୍ମ : ପୋଲିସ କରୁନଥିଲା ମାମଲା, ପେଟା ଇଣ୍ଡିଆର ହସ୍ତକ୍ଷେପ ପରେ ଆରମ୍ଭ ହେଲା ତଦନ୍ତ

23/08/2019 at 2:34 PM

ମୁମ୍ବାଇ ୨୩|୮: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଏକ ଅଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ନଭି ମୁମ୍ବାଇ ଖାରଘର ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ ଓ୍ବେଟର ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ସହ ଦୁଷ୍କର୍ମ କରିଆସୁଥିଲେ । ଯାହାର ଭିଡିଓ ଭାଇରାଲ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଭିଡିଓକୁ ନେଇ ଲୋକମାନେ ଥାନାରେ ପହଞ୍ଚିଥିଲେ । ମାତ୍ର ପୋଲିସ ମାମଲା ରୁଜୁ କରିବାକୁ ମନାକରିଦେଇଥିଲା ।

ଏହାପରେ ପେଟା ଇଣ୍ଡିଆ ଏହି ମାମଲାକୁ ଗୁରୁତ୍ବର ସହ ନେଇଥିଲା । ଯାହା ଫଳରେ ପୋଲିସ ମାମଲା ରୁଜୁ କରିଥିଲା । ନଭି ମୁମ୍ବାଇର ଡିସିପିଙ୍କ ସୂଚନା ଅନୁସାରେ ଆଇପିସି ଧାରା ୩୭୭ରେ ମାମଲା ରୁଜୁ କରାଯାଇଛି । ଏହି ଧାରା ଅନୁଯାୟୀ ୧୦ବର୍ଷ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି ।

ପଶୁଙ୍କ ସହ ଏଭଳି କରିବାରେ ଏହା ପ୍ରଥମ ଘଟଣା ନୁହଁ । ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ପଶୁମାନଙ୍କ ସହ ବର୍ବରତା କରାଯାଇଛି । ଏମିତିରେ ପଶୁଙ୍କୁ ସୁରକ୍ଷା ଦେବାକୁ ବହୁ ସମୟରେ ଦାବି ମଧ୍ୟ କରାଯାଉଛି । ପେଟା ଇଣ୍ଡିଆ ଏଭଳି ଏକ ସଂସ୍ଥା ଯାହା ପଶୁଙ୍କର ସୁରକ୍ଷା ଏବଂ ହିତ ପାଇଁ କାମ କରୁଛି ।

   Related Posts