ହୃଦୟବିଦାରକ/ ନାବାଳିକା ଭାଣିଜୀ ସହ ସ୍ବାମୀର ପରକୀୟା ପ୍ରିତିକୁ ବିରୋଧ କରିବାରୁ ସ୍ତ୍ରୀ କୁ କିରୋସିନ ଢାଳି ଜାଳିଦେଲା ସ୍ବାମୀ…

Published By : Prameya-News7 Bureau | July 28, 2019 IST

ମହାକାଳପଡା୨୮|୭: ଜଣେ ନାବାଳିକା ସହିତ ସ୍ବାମୀର ଅବୈଧ ସମ୍ପର୍କକୁ ସ୍ତ୍ରୀ ଜାଣିବା ସହ ବିରୋଧ କରିବାରୁ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା  କହଳ । କଳହ ଉଗ୍ରରୂପ ନେଇଥିଲା ଓ ରାକ୍ଷସ ସ୍ବାମୀ ସ୍ତ୍ରୀ ଉପରେ କିରୋସିନ ଢାଳି ଜିଅନ୍ତା ଜାଳିଦେଲା । ପ୍ରାଣ ହାରିଲା ଜଣେ ଦୁଇ ଶିଶୁର ନିରୀହ ଜନନୀ । ଏମିତି ଅଭାବନୀୟ  ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ପିତାପାଟ ଗ୍ରାମରେ  ।

{"id":138333}

ପିତାପାଟ ଗ୍ରାମର ନିରଜଂନ ମଣ୍ଡଳଙ୍କ ଝିଅ ସୁଷମା ସେହିଗ୍ରାମର ସନ୍ତୋଷ ମଣ୍ଡଳଙ୍କ ପୁଅ ନିତ୍ୟାନନ୍ଦ ମଣ୍ଡଳଙ୍କୁ ୮ବର୍ଷ ତଳେ  ପ୍ରେମ ବିବାହ କରିଥିଲେ । ବିବାହ ପରେ ଦୁଇ ଜଣ ପୁଅ ଓ ଝିଅର ଜନନୀ ହୋଇଥିଲେ ସୁଷମା । ହେଲେ ଇତି ମଧ୍ୟରେ ସ୍ବାମୀ ନିତ୍ୟାନନ୍ଦ ପଡିଥିଲା ପରକୀୟା ପ୍ରେମରେ । ସମ୍ପର୍କରେ ଭାଣିଜୀ ସୀମା(ଛଦ୍ମନାମ) ନାମକ ଜଣେ ନାବାଳିକା ସହିତ ତାର ପ୍ରେମ ସମ୍ପର୍କ ଗଢିଉଠିଥିଲା ।

{"id":138334}

ଏହା ଜାଣିବାପରେ ସୁଷମା ବିରୋଧ କରିାସୁଥିଲା । ଏନେଇ ସ୍ବାମୀ- ସ୍ତ୍ରୀ ମଧ୍ୟରେ ବାରମ୍ବାର ଝଗଡା ମଧ୍ୟ ଲାଗୁଥିଲା । ସ୍ବାମୀ ନିତ୍ୟାନନ୍ଦ ବାରମ୍ବାର ସୁଷମାକୁ କହୁଥିଲା ତୁ ମରିଯା ବୋଲି । ଏ ନେଇ ଗାଁ ଠାରୁ ଫାଣ୍ଡି ପର୍ଯ୍ୟନ୍ତି ନିଷାପ ବସିଥିଲା । ସୁଷମାଙ୍କ ପରିବାର ଲୋକେ ସ୍ବାମୀକୁ ଛାଡି ବାପଘରେ ରହିବାକୁ ସୁଷମାଙ୍କୁ ପରାମର୍ଶ ଦେଉଥିଲେ । ମାତ୍ର ସୁଷମା ରାଜି ନଥିଲା । ବଂର ସ୍ବାମୀକୁ ବୁଝାଇ ଘର ସଂସାର କରିବା ପାଇଁ ଚେଷ୍ଟା କରୁଥିଲେ । ହେଲେ ସେ ସବୁ  ସ୍ବପ୍ନ ସ୍ବପ୍ନ ରେ ରହିଗଲା  ସୁଷମା ଯେଉଁ ସ୍ବାମୀକୁ ନେଇ ଘର ସଂସାର କରିବ ସ୍ବପ୍ନ ଦେଖୁଥିଲା ସେହି ସ୍ବାମି ହାତରେ ହିଁ ଶେଷରେ ତାଙ୍କର ପ୍ରାଣଗଲା ।

{"id":138335}

ସେ ଦିନ ଥିଲା ଜୁଲାଇ ୨୪ତାରିଖ । ସ୍ବାମୀ ନିତ୍ୟାନନ୍ଦ କାମକୁ ଯିବା ପାଇଁ ବାହାରି ଥିଲା । ମାତ୍ର କାମକୁ  ନଯାଇ ସୀମା ଘରକୁ ଯାଇଥିଲା । ଏ ଖବର ସ୍ତ୍ରୀ ସୁଷମା ପାଖରେ ପହଞ୍ଚିଥିଲା । ତାପରେ ସୁଷମା ଯାଇ ସୀମା ଘରେ ପଂହଚି ଥିଲେ ।ସ୍ବାମୀ ନତ୍ୟାନନ୍ଦ ସହିତ ମେନକା ଗୋଟିଏ ବିଛଣାରେ ଶୋଇଥିବାର ଦେଖି ସ୍ବାମୀ କୁ ଟାଣି ଆଣିଥିଲେ ।

{"id":138338}

ଘରକୁ ଫେରିବାପରେ ସ୍ବାମୀ- ସ୍ତ୍ରୀ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡା । ନିତ୍ୟାନନ୍ଦ ସୁଷମା କୁ କହିଥିଲା ତୁ ମରିଯା ନହଲେ ତତେ ମାରିଦେବି । ଏହା ପରେ ଅଭିମାନରେ ସୁଷମା କିରୋସିନ ଢାଳି ହୋଇ ପଡିଥିଲେ ।ସୁଷମାକୁ ନିତ୍ୟାନନ୍ଦ ଏଥିରୁ ନିବୃତ୍ତ କରିବା ବଦଳରେ ସୁଷମା ଦେହରେ ଲାଇଟରରେ ନିଆଁ ଲଗାଇ ଦେଇଥିଲା । କେବଳ ସେତିକି ନୁହେଁ, ଯନ୍ତ୍ରଣାରେ ସୁଷମା ଚିତ୍କାର କରୁଥିବାବେଳେ   ବାହାର ପଟୁ ଘରେ ତାଲା ଦେଇ ସେଠାରୁ ଚାଲିଯାଇଥିଲା ।

{"id":138339}

ସୁଷମାଙ୍କ ଦେହରେ ଲାଗିଥିବା ନିଆଁ ଚାଳଘରକୁ ଲାଗିଯାଇଥିଲା ।  ଘର ଜଳିବା ଦେଖି ସହି ଗ୍ରାମର ଗଣେଷ ହାଉଲି ଘର ଉପରକୁ ପାଣି ପକାଇବା ପାଇଁ ଚେଷ୍ଟା କରୁଥିଲେ । ଏତିକି ବଳେ ସୁଷମାଙ୍କ ଚିତ୍କାର ଶୁଣି ସୁଷମାଙ୍କୁ ପ୍ରଥମେ ଉଦ୍ଧାର କରିଥିଲେ । ସେତବେଳକୁ ସୁଷମାଙ୍କ ଶରୀର ସଂମ୍ପୂଣ୍ଣ ପୋଡି ଯାଇଥିଲା । ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ଓ ପରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । 

{"id":138340}

ଏ ନେଇ ସୁଷମାଙ୍କ ବାପା ନିରଜଂନ ମଣ୍ଡଳ ଗତକାଲି ଥାନାରେ ଲିଖିତ ଅଭିଯୋଗ  ଦାଖଲ କରିବାପରେ ପୋଲିସ ସ୍ବାମୀ ନତ୍ୟାନନ୍ଦକୁ ଗିରଫ କରିବା ପରେ ଆଜି ର୍କୋଟ ଚାଲଣ କରିଛି । 

{"id":138341,"width":592,"height":1184}

ମା ଆର ପାରିକୁ ଚାଲିଗଲା ବାପା ଗିରଫ । ଦୁଇ ଶିଶୁଙ୍କ ଭବିଷ୍ୟତ କଣ ହେବ ତାହା ଏବେ ଚିନ୍ତାର ବିଷୟ । ଏ ଶିଶୁଙ୍କ ପ୍ରତିପୋଷଣ ଭାର ସରକାର ବହନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.