କୁକୁର ସହ ଦୁଷ୍କର୍ମ କରୁଥିଲା ବୃଦ୍ଧ, ଭିଡିଓ ଭାଇରାଲ୍ ହେବା ପରେ ଧରିଲା ପୋଲିସ
15/01/2021 at 8:25 PM

ଜବଲପୁର ୧୫/୦୧: ଲଜ୍ଜା ! ମଣିଷ ଭୁଲିଲାଣି ହିତାହିତ ଜ୍ଞାନ ! କୁକୁର ସହ ଦୁଷ୍କର୍ମ କରି ଜଣେ ଲୋକ ଗିରଫ। ବାରମ୍ବାର ଏକ ମାଈ କୁକୁର ସହ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିକୁ ପୋଲିସ ଗିରଫ କରିଛି। ଏଭଳି ଏକ ଅମାନବୀୟ କାଣ୍ଡ ମଧ୍ୟପ୍ରଦେଶର ଜବଲପୁରରେ ଜିଲ୍ଲାରେ ଘଟିଛି।
ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ବାରେଲା ଷ୍ଟାର ସିଟିରେ ବାସ କରୁଥିବା ଏହି ବ୍ୟକ୍ତି କୁକୁର ସହ ଦୁଷ୍କର୍ମ କରୁଥିବା ନେଇ ଭିଡିଓ ଭାଇରାଲ୍ ହୋଇଥିଲା। ମାଈ କୁକୁର ସହ ଦୁଷ୍କର୍ମ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆନିମାଲ୍ ଆକ୍ଟିଭିଷ୍ଟଙ୍କ ନଜରରେ ପଡ଼ିଥିଲା। ସେମାନେ ସିଧା ଭିଡିଓ ସହ ଥାନାରେ ପହଞ୍ଚିଥିଲେ। ଜଣେ ମଧ୍ୟ ବୟସ୍କ ବ୍ୟକ୍ତି କୁକୁର ସହ ଘର ସିଢ଼ିରେ ଦୁଷ୍କର୍ମ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ତେବେ ଭିଡିଓ ଦେଖିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ଅଭିଯୁକ୍ତକୁ ଗିରଫ କରିବା ପରେ ତା ବିରୋଧରେ ଧାରା ୩୭୭ ଓ ପ୍ରିଭେନ୍ସନ ଅଫ୍ କ୍ରୁଏଲିଟି ଟୁ ଆନିମାଲ୍ସ ଆକ୍ଟ ଜରିଆରେ ମାମଲା ରୁଜୁ କରିଛି ପୋଲିସ। ପ୍ରଥମେ ଅଭିଯୁକ୍ତକୁ ଥାନାକୁ ଡାକି ପୋଲିସ ଭିଡିଓ ଦେଖାଇଥିଲା। ପୋଲିସର ପଚରା ଉଚରା ପରେ ନିଜ ଦୋଷ ସ୍ବିକାର କରିଥିଲା ଅଭିଯୁକ୍ତ। ପରେ ତାକୁ ଜିଲ୍ଲା କୋର୍ଟରେ ହାଜର କରାଯାଇଛି।