ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ଭଗବାନ ଗିରଫ, ପୂର୍ବରୁ ମଧ୍ୟ ଥାନାରେ ରହିଛି ମାମଲା

Published By : Prameya-News7 Bureau | October 17, 2020 IST

ସାନଖେମୁଣ୍ଡି ୧୭/୧୦: ପାତ୍ରପୁର ବ୍ଲକ ଜରଡା ଥାନା ପୋଲିସ ଶନିବାର କେଲୁଆ-ନୂଆପେଣ୍ଠ ମଧ୍ୟରେ ସନ୍ଦିଗ୍ଧ ଭାବେ ବୁଲୁଥିବା ଏକ ଯୁବକକୁ ଧରିବା ସହ ତା ପାଖରୁ ଏକ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରିଛି ।

{"id":346316,"sizeSlug":"large"}

ପୋଲିସ ହାତରେ ଧରାପଡିଥିବା ଯୁବକ ଜଣକ ଚିକିଟି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଲାଲମେଣ୍ଟା ଗ୍ରାମର ଭଗବାନ ପ୍ରଧାନ ବୋଲି ଜରଡା ଥାନା ଏସଆଇ ସତ୍ୟନାରାୟଣ ପାଢ଼ୀ ସୂଚନା ଦେଇଛନ୍ତି । ଭଗବାନ ଜଣେ ପେଶାଦାର ଚୋର ବୋଲି ସୂଚନା ମିଳିଛି ।

ଜରଡା ଥାନାରେ ତା ନାଁରେ କିଛି କେସ୍‌‌ ନଥିବା ବେଳେ କେ.ନୁଆଁଗା ଥାନାରେ କିଛି ମାମଲା ରହିଥିବା ଜଣାପଡ଼ିବା ପରେ ତଦନ୍ତ କରୁଛି ପୋଲିସ । ଶନିବାର ମୂର୍ତ୍ତି ଚୋରି ହେବା ପରେ ମନ୍ଦିର କର୍ତ୍ତୃପକ୍ଷ ଜରଡା ଥାନାରେ ଲିଖିତ ଏତଲା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.