Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସାହିନବାଗ୍‌ରେ ପୁଣି ଫୁଟିଲା ଗୁଳି, କିନ୍ତୁ ଅଚାନକ ଗୁଳିକାଣ୍ଡର ସ୍ଥାନ ଓ ସ୍ଥିତି ଭିନ୍ନ

1/02/2020 at 4:57 PM

ନୂଆଦିଲ୍ଲୀ ୦୧।୦୨: ଦିନ ଦ୍ବିପହରେ ଦେଶର ରାଜଧାନୀରେ ପୁଣି ଫୁଟିଲା ଗୁଳି । ନୂଆଦିଲ୍ଲୀର ସାହିନବାଗ୍ ଅଞ୍ଚଳରେ ଜଣେ ବ୍ୟକ୍ତି ଗୁଳିଚାଳନା କରିଛନ୍ତି। । ତେବେ ଗୁଳିଚାଳନା କରିଥିବା ବ୍ୟକ୍ତିକୁ  ପୋଲିସ ତୁରନ୍ତ ଗିରଫ କରିଛି । ଦିଲ୍ଲୀର ଜାମିଆରେ ଗୁରୁବାରରେ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଆନ୍ଦୋଳନ ଚାଲୁଥିବା ସମୟରେ ଜଣେ ଯୁବକ ଗୁଳି ଚାଳନା କରିଥିଲା। ଏହି ଘଟଣାର ଦୁଇ ଦିନ ପରେ ପୁଣି ଦିଲ୍ଲୀରେ ଜଣେ ବ୍ୟକ୍ତି ଗୁଳିଚାଳନା କରିଛନ୍ତି । ସାହିନବାଗ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି କିଛି ଦିନ ହେଲା ଧାରଣା ଜାରି ରହିଛି ।  

ଗୁରୁବାର ଦିନ ଦିଲ୍ଲୀ ଜାମିଆ ଅଞ୍ଚଳରେ CAA ବିରୋଧୀ ରାଲି ଚାଲିଥିବା ବେଳେ ଜଣେ ଯୁବକ ଗୁଳି ଫୁଟାଇଥିଲେ । ଗୁଳିମାଡରେ ଜଣେ ଛାତ୍ର ଆହତ ମଧ୍ୟ ଆହତ ହୋଇଥିଲେ । ଜାମିଆ ବିଶ୍ବ ବିଦ୍ୟାଳୟ  ଅଞ୍ଚଳରେ ପୋଲିସ ଉପସ୍ଥିତ ଥିବା ବେଳେ ଯୁବକ ଜଣଙ୍କ ଗୁଳିଚାଳନା କରିଥିଲେ । ପରେ ପୋଲିସ ଗୁଳିଚାଳନା କରିଥିବା ଯୁବକଙ୍କୁ ଗରିଫ କରିବା ସହ ତାଙ୍କ ନିକଟରୁ ଦେଶୀ ବନ୍ଧୁକଟି ଜବତ କରିଥିଲା ।

   Related Posts