ସବୁଠୁଁ ଛୋଟ ଚୋରର କାହାଣୀ , ଚୋରି କରିବାକୁ ବାପାଙ୍କୁ କରୁଥିଲା ସାହାର୍ଯ୍ୟ

Published By : Prameya-News7 Bureau | March 28, 2019 IST

ଆଜିକାଲି ଚୋରି କରିବାର ତରିକା ମଧ୍ୟ ବଦଳିଗଲାଣି । କିଏ କେତେ ପ୍ରକାରର କାଇଦାରେ ଚୋରି କରିବାକୁ ବୁଦ୍ଧି ଖଂଜିଲେଣି , ଶୁଣିବେ ତ ମୁଣ୍ଡରେ ଦେଇଦେବେ ହାତ ।

ଜଣେ ଯୁବକ ମୁଣ୍ଡରେ ଖଂଜିଥିଲା ଏମିତି ଚୋରି କରିବାର କୌଶଳ । ନିଜର ଏକ ଛୋଟ ପୁଅକୁ ନେଇ ଏହିକାମରେ ଲଗାଉଥିଲା । ପାର୍କରେ ଅନ୍ୟମନସ୍କରେ ଥିବା ଦମ୍ପତିଙ୍କୁ ଲୁଟିବାକୁ ନିଜର ଦୁଇବର୍ଷର ପୁଅ ହିଁ ଥିଲା ମୁଖ୍ୟ ସାହାରା । ପାର୍କରେ ବସିଥିବା ସମୟରେ ନିଜର ବ୍ୟାଗ, ମୋବାଇଲ, କିମ୍ବା ପର୍ସ ପାଖରେ ରଖିଥିବା ସମୟରେ ଅନ୍ୟମନସ୍କତା ଦେଖି କରୁଥିଲା ଏପରି କାମ ।

ଏଭଳି ଏକ ଘଟଣା ସାମନାକୁ ଆସିବା ପରେ ଜଣାପଡ଼ିଥିଲା ସମସ୍ତ କାହାଣୀ । ଅମ୍ବାଲା ସିଟିର ସେକ୍ଟର-୯ରେ ଥିବା ରେଷ୍ଟୁରାଣ୍ଟରେ ଏହିଭଳି ଘଟଣା । ଜରିକପୁର ହଲଦୀରାମ ରେଷ୍ଟୁରାଣ୍ଟରେ ଘଟିଥିଲା ଏହି ଘଟଣା ।

ହଲଦୀରାମ ରେଷ୍ଟୁରାଷ୍ଟ ବାହାରେ ଥିବା ପାର୍କରେ ପରିବାର ସହ ମହିଳା ବସିଥିବା ସମୟରେ ତାଙ୍କର ପର୍ସ ଚୋରି ହୋଇଥିବା କହିଥିଲେ । ସେ ଏଣେତେଣେ ଖୋଜାଖୋଜି କରିବା ପରେ କିଛି ଟେର ପାଇ ନଥିଲେ ।

 କିନ୍ତୁ ପାର୍କରେ ଖେଳୁଥିବା ଗୋଟେ ଛୋଟ ପିଲା ଉପରେ ଆସିଥିଲା ନଜର । ସେ ଅନ୍ୟଜଣକର ପର୍ସ ଧରି ଜଣେ ଯୁବକଙ୍କ ଆଡ଼କୁ ଆସୁଥିବାର ଦେଖିଥିଲେ ।  ଯୁବକ ସେହି ପର୍ସକୁ ହଠାତ ପିଲାଟି ହାତରୁ ନେଇ କାର୍ ଭିତରେ ରଖି ଦେଇଥିଲେ । ଏହି ଘଟଣାରେ ମହିଳାଜଣକ  ଯୁବକଙ୍କୁ ଟାର୍ଗେଟ କରିଥିଲେ ।

ଯୁବକ ଜଣକ ନିଜର ଛୋଟ ପୁଅକୁ ନେଇ ପାର୍କକୁ ଯାଉଥିଲା । ସେଠାରେ ଲୋକଙ୍କ ଅନ୍ୟମନସ୍କ ଦେଖି ଛୋଟ ପୁଅକୁ ପର୍ସ ନେଇଆସିବା ପାଇଁ ଶିଖାଉଥିଲା । ଛୋଟପିଲାଟି ପର୍ସ ଆଣିବାପରେ କିଛିଦୂରରେ ଥିବା ଯୁବକ ପିଲାଟି ହାତରୁ ଲୁଟି ନେଇଯାଉଥିଲା ।

ଏହା ହେଉଛି ବାପ-ପୁଅର ଚୋରି କାହାଣୀ ।  ଏହି ଘଟଣା ଦେଖିବା ପରେ ମହିଳା ଯୁବକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହି ଘଟଣା ପରେ ଯୁବକଜଣକ ମହିଳାଙ୍କ ପର୍ସ ମଧ୍ୟ ଫେରାଇଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.