Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପାରିବାରିକ କହଳ ନେଲା ଦୁଇ ଜୀବନ ! ପୃଥକ ପୃଥକ ସ୍ଥାନରେ ମହିଳାଙ୍କ ସମେତ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

21/11/2019 at 3:01 PM

ମହାକାଳପଡା ୨୧।୧୧: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ପାରିବାରିକ କହଳକୁ ନେଇ ଦୁଇଟି ପୃଥକ ପୃଥକ ଘଟଣାରେ ଜଣେ ମହିଳା ଓ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଜମ୍ବୁ ଥାନା ରାମନଗର ଗାଁର ପୁର୍ଣ୍ଣିମା ମଣ୍ଡଳ ଏବଂ ମହାକାଳପଡା ଥାନା କୁମ୍ଭାରପଡା ଗାଁର ରାଜା ଖୁନିଟିଆ ମୃତଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରୁ ଦୁଇ ଜଣ ଅତ୍ମହତ୍ୟା କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରାମନଗର ଗାଁର ଭରତ ମଣ୍ଡଳ ଗତ ୨୦୧୬ ମସିହାରେ ଖରନାସୀ ଗାଁର ପୂର୍ଣ୍ଣିମା ମଣ୍ଡଳଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ ସ୍ବାମୀ ଭରତ ମଣ୍ଡଳ, ଶାଶୁ କନିକା ମଣ୍ଡଳ ଯୌତୁକ ପାଇଁ ବିଭିନ୍ନ ସମୟରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ଏମିତିକି ପୂର୍ଣ୍ଣିମାଙ୍କୁ ଶାଶୁ ଘର ଲୋକ ମାରିଦେଇ ଗଛରେ ଟାଙ୍ଗି ଦେଇଥିବା  ବାପଘର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଜମ୍ବୁ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଶବ ଜବତ କରି ସ୍ବାମୀ ଭରତ ମଣ୍ଡଳକୁ ଗିରଫ କରିଛି ।

ସେହିପରି ମହାକାଳପଡା ଥାନା କୁମ୍ଭାରପଡା ଗାଁର କ୍ଷୀରୋଦ ଖୁଣ୍ଟିଆଙ୍କ ପୁଅ ରାଜା ଖୁଣ୍ଟିଆ ଘରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ମହାକାଳପଡା ମେଡିକଲାରେ ଭର୍ତ୍ତି କରିଥିଲେ ପରିବାରଲୋକ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

   Related Posts