Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଅବୈଧ ସମ୍ପର୍କ ସନ୍ଦେହରେ ମହିଳା ଓ ଯୁବକଙ୍କୁ ବିବସ୍ତ୍ର କରି ଗାଁ ସାରା ବୁଲାଇଲେ, ଭିଡିଓ ଭାଇରାଲ କଲେ,୪ ଗିରଫ

29/09/2021 at 3:28 PM

ଦୁମକା ୨୯/୦୯ : ଅବୈଧ ସମ୍ପର୍କ ଅଭିଯୋଗରେ ଜଣେ ଯୁବକ ଓ ଜଣେ ମହିଳାଙ୍କୁ ୩ ଦିନ ଯାଏଁ ବନ୍ଧକ କରି ରଖାଯାଇଥିଲା। ଏହାପରେ ସେମାନଙ୍କୁ ଵିଵସ୍ତ୍ର କରି ଗାଁ ସାରା ବୁଲାଯାଇଥିଲା। ମାମଲାରେ ପୋଲିସ ଗାଁ ମୁଖିଆ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଲଜ୍ଜାଜନକ ଘଟଣା ସୋମବାର ସନ୍ଧ୍ୟାରେ ଝାରଖଣ୍ଡ ଦୁମକା ଜିଲ୍ଲା ମୁଫସ୍ସିଲ ଥାନା ଅନ୍ତର୍ଗତ ଗାନ୍ଦୋ ଅଞ୍ଚଳର ମୟୁରନାଚା ଗାଁରେ ଘଟିଛି। ଲୋକେ ଏହି ପ୍ରେମୀ ଯୁଗଳଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ମଧ୍ୟ ରେକର୍ଡିଙ୍ଗ କରିଛନ୍ତି ଓ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି। ଏହାପରେ ପୀଡିତା ସୋମବାର ବିଳମ୍ବିତ ରାତିରେ ମୁଫସ୍ସିଲ ଥାନାକୁ ଯାଇ ନ୍ୟାୟ ପାଇଁ ଗୁହାରି କରିଥିଲେ। ବିବାହିତା ମହିଳା ଓ ତାଙ୍କ ପ୍ରେମିକକୁ ଵିଵସ୍ତ୍ର କରି ପ୍ରାୟ ଏକ କଲିମିଟର ଯାଏଁ ବୁଲାଯାଇଥିଲା।

ମୟୁରନାଚା ଗାଁରେ ପୀଡିତା ମହିଳାଙ୍କ ଶାଶୂଘର। ମହିଳାଙ୍କ ସ୍ୱାମୀ କୌଣସି କାରଣରୁ ପ୍ରାୟ ବର୍ଷେ ହେଲା ଦୁମକା ଜେଲରେ ଅଛନ୍ତି। ମହିଳା ମଜୁରିଆ କାମ କରି ନିଜର ଓ ନିଜ ୩ ପିଲାଙ୍କ ଭରଣପୋଷଣ କରନ୍ତି। ମଜୁରିଆ କାମ କଲାବେଳେ କୋଲ୍ହାଡିୟା ଗାଁରେ ଜଣେ ଯୁବକ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା। ଯୁବକ ମଧ୍ୟ ବିବାହିତ ଓ ଦୁଇ ପିଲାର ବାପା। ସୋମବାର ଦିନ ଯୁବକ ମହିଳାଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଯାଇଥିଲେ। ଗାଁର କିଛି ଲୋକ ସେମାନଙ୍କୁ ଧରି ଦେଇଥିଲେ। ଏହାପରେ ଗାଁର ପ୍ରାୟ ୫୦-୬୦ ଲୋକ ଜମା ହୋଇଯାଇଥିଲେ। ଲୋକମାନେ ମହିଳା ଓ ଯୁବକକୁ ଵିଵସ୍ତ୍ର କରିଥିଲେ। ତାପରେ ଦୁହିଁଙ୍କୁ ଗାଁରେ ବୁଲାଇ ଗାଁ ବାହାରକୁ ନେଇ ଯାଇଥିଲେ। ଦୁହେଁ ଅଲଗା ଅଲଗା ସମ୍ପ୍ରଦାୟର ବୋଲି ଜଣାପଡିଛି।

ମୟୁରନାଚା ଗାଁ ନିକଟସ୍ଥ ସକରଭଙ୍ଗା ଗାଁର କିଛି ଲୋକ ଏହି ଲଜ୍ଜାଜନକ କୃତ୍ୟ ଦେଖିବା ପରେ ବିରୋଧ କରିଥିଲେ। ଏହାପରେ ମୁଫସ୍ସିଲ ଥାନା ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୋଲିସ ମହିଳା ଓ ଯୁବକଙ୍କୁ ଗ୍ରାମବାସୀଙ୍କ କବଳରୁ ରକ୍ଷା କରି ମୁଫସ୍ସିଲ ଥାନା ନେଇଯାଇଥିଲା। ପୋଲିସ ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଓ ୫୦-୬୦ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି।

   Related Posts