ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ୩ ଶିଶୁଙ୍କ ସହ ବାପାଙ୍କ ମୃତଦେହ, ହତ୍ୟା ସନ୍ଦେହ

Published By : Prameya-News7 Bureau | June 14, 2019 IST

ଆନନ୍ଦପୁର ୧୪|୬: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉଲିବସା ଗାଁରେ ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୋଟିଏ ପରିବାରର ୩ଶିଶୁଙ୍କ ସହ ବାପାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଛି । ୩ ଶିଶୁଙ୍କୁ କେହି ପିଟି ପିଟି ମାରିଥିବା ସନ୍ଦେହ କରାଯାଉଛି ।

ତେବେ ଝିଅଙ୍କ ମୃତଦେହ ନିକଟରେ ବାପାଙ୍କ ମୃତଦେହ ପଡିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଏବଂ କାହିଁକି ସେମାନଙ୍କୁ ହତ୍ୟା କରିଛି ସେକଥା ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.