Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଭାଉଜକୁ ବିଅର ପିଆଇ ଏଭଳି କିଛି କାମ କରିଥିଲା ଦିଅର : ୧୬ଦିନ ପରେ ମୋବାଇଲରୁ ହେଲା ଘଟଣାର ପର୍ଦ୍ଦାଫାଶ

17/09/2019 at 1:14 PM

ମଥୁରା ୧୭/୯: ମଥୁରା ଥାନାର କୋସିକଳା ଅଞ୍ଚଳର ଜଙ୍ଗଲରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରିଥିଲେ ତାଙ୍କ ଦିଅର। ପୋଲିସ୍ ଗତ ରବିବାର ଏହି ଘଟଣାର ପର୍ଦ୍ଦାଫାଶ କରି ମୃତା ମହିଳାଙ୍କ ଦିଅର ପ୍ରବୀଣ ଏବଂ ତା’ର ସହଯୋଗୀ ମନିଷକୁ ଗିରଫ କରିଥିଲା। ପ୍ରବୀଣ ତାଙ୍କ ଭାଉଜଙ୍କ ବିଅରରେ ସଲଫସ୍ ମିଶାଇ ପିଇବାକୁ ଦେଇଥିଲେ। ମହିଳା ବେହୋଶ୍ ହୋଇଯିବାରୁ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ।

ଅଗଷ୍ଟ ୩୦ତାରିଖରେ ଶାହପୁର ଗାଁର ଏକ ନଳକୂପ ନିକଟରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମହିଳାଙ୍କ ବିବାହ ୩ବର୍ଷ ତଳେ ଫରିଦାବାଦର ଏକ ଗାଁରେ ହୋଇଥିଲା। ମୃତା ମହିଳାଙ୍କ ଦାଦା ତାଙ୍କ ସ୍ବାମୀ ଓ ଦିଅର ବିରୋଧରେ ଯୌତୁକ ନିର୍ଯ୍ୟାତନା ପାଇଁ ହତ୍ୟା ଅଭିଯୋଗ କରିଥିଲେ।

ପୋଲିସ୍ ଘଟଣାର ତଦନ୍ତ କରିବା ପାଇଁ ଶାଶୁ ଘର ଲୋକଙ୍କ ମୋବାଇଲ ସର୍ଭିଲାନ୍ସରେ ଲଗାଇଥିଲେ। ଏଥିରୁ ଜଣାପଡ଼ିଥିଲା ଯେ ଯେଉଁଠି ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ସେଠାକୁ ତାଙ୍କ ଦିଅର ଆସିଥିଲା।

ପଚରାଉଚୁରା ବେଳେ ପ୍ରବୀଣ କହିଥିଲା ଯେ ସେ ମୃତା ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲା। ମହିଳା ଜଣକ ଗାଁର ଅନ୍ୟ ଲୋକଙ୍କ ସହ ମଧ୍ୟ ଶାରିରୀକ ସମ୍ପର୍କ ରଖିଥିଲା। ମହିଳାଙ୍କୁ ଏସବୁ କରିବାକୁ ବାରଣ କରାଯିବାରୁ ମହିଳା ଜଣକ ଦୁଇ ଭାଇଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲେ ଏବଂ ଯାଇ ବାପ ଘରେ ରହିଥିଲେ। ଏହା ପରେ ପ୍ରବୀଣ ତା’ ଭାଉଜକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ଏହି ହତ୍ୟାକାଣ୍ଡରେ ପ୍ରବୀଣଙ୍କ ଘରର ଚାକର ମନୀଷ ମଧ୍ୟ ତାକୁ ସହଯୋଗ କରିଥିଲା।

   Related Posts