ବିବାହ କରିବାକୁ କହି ବିଧବାଙ୍କୁ କଲେ ଦୁଷ୍କର୍ମ, ଏକା ନୁହେଁ ସାଙ୍ଗମାନେ ବି ବିଧବାଙ୍କୁ ଧମକାଇ କଲେ ଏହି କାମ

Published By : Prameya-News7 Bureau | February 05, 2019 IST

ଅମରୋହା ୫/୨- ଜଣେ ବିଧବା ଅସହାୟ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ କଲେ ଦୁଷ୍କର୍ମ । ଏତିକିରେ ମନ ବୁଝିଲା ନାହିଁ, ସାଙ୍ଗଙ୍କୁ ବି କରାଇଲେ ଏହି କାମରେ ନିଯୁକ୍ତି ।

ଏହିଭଳି ଘଟଣା ଘଟିଛି,ମୋରଦାବାଦର ଦେହାତ ଥାନା ଅଂଚଳରେ ଏକ ଗାଁରେ । ସରଳା ନାମକ ଜଣେ ବିଧବା ମହିଳା ଏହିଭଳି ଗଣଦୁଷ୍କର୍ମର ହୋଇଛନ୍ତି ଶିକାର ।

ସରଳାଙ୍କ ସ୍ଵାମୀ ୧୦ ବର୍ଷ ତଳୁ ମରିଯାଇଥିଲେ । ସେ ଏକା ଦେହାତ ଅଂଚଳରେ ରହୁଥିଲେ । ଥରେ ଟ୍ରେନରେ ଆସିବା ସମୟରେ ଜଣେ ଯୁବକଙ୍କ ସହ ତାଙ୍କର ହୋଇଥିଲା ପରିଚୟ । ଏହି ପରିଚୟ ପରେ ସେମାନେ ଫୋନରେ କଥା କଥାବାର୍ତ୍ତା ପ୍ରତ୍ୟେକଦିନ ହେଉଥିଲେ । ବିଧବା ମହିଳାଙ୍କୁ ଯୁବକ ପ୍ରେମ ଜାଲରେ ଫସାଇ ଥିଲେ । ବିବାହ କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ ।

ବିବାହର ପ୍ରତିଶୃତି ଦେଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିବା କଥା ମହିଳା କହିଛନ୍ତି । ସେ ବିବାହ କଥା କହି ଶାରୀରିକ ସଂପର୍କ ରଖୁଥିଲେ ମଧ୍ୟ ବିବାହ କଥା କୁ ଏଡ଼ାଇ ଦେଉଥିଲେ । ମହିଳାଙ୍କୁ ବିଭିନ୍ନ ବାହାନା ଦେଖାଇ ଖସିଯାଉଥିଲେ ।

ଏତିକିରେ ମନ ବୁଝି ନଥିଲା ଯୁବକଙ୍କର । ସେ ସାଙ୍ଗଙ୍କ ସହ ମିଶି ମହିଳାଙ୍କୁ ମଧ୍ୟ କରିଥିଲେ ବଳାତ୍କାର । ମହିଳା ଏବାବଦରେ ବିରୋଧ କଲେ ବି ତାଙ୍କୁ ମାଡ଼ମାରିଥିବା ଅଭିଯୋଗ କରିଛନ୍ତି ମହିଳା ।

ପୋଲିସ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.