ଗୋଟିଏ ଘାଟରେ ପିଉଛନ୍ତି କ୍ଷୀର...ଆପଦକାଳରେ ମଣିଷ-ପଶୁ ସମାନ !

Published By : Prameya-News7 Bureau | April 15, 2020 IST

ଆଗ୍ରା ୧୫।୦୪: ରାସ୍ତାରେ କ୍ଷୀରର କୃତ୍ରିମ ନଦୀ । ଗୋଟିଏ ପଟରେ ଭୋକିଲା ମଣିଷ । ଅନ୍ୟ ପାଖରେ ଦଳେ ବୁଲା କୁକୁର । ସମସ୍ତଙ୍କର ଲକ୍ଷ୍ୟ ଭୋକିଲା ପେଟରେ ଦାନା ଦେବା । ଯେଉଁ କ୍ଷୀରକୁ କୁକୁରମାନେ ପିଇ ଚାଲିଛନ୍ତି । କାଳବିଳମ୍ବ ନ କରି ଭୋକିଲା ମଣିଷଟି ମଧ୍ୟ ସେହି କ୍ଷୀର ପିଇଚାଲିଛି । ପାଖରେ ଥିବା ଛୋଟିଆ ମାଟି ପାତ୍ରରେ କ୍ଷୀର ସଂଗ୍ରହ କରିବାରେ ଲାଗିଛି । ଉତ୍ତରପ୍ରଦେଶ ଆଗ୍ରାରେ ତାଜ୍‌ମହଲର ଅନତି ଦୂରରେ ମଙ୍ଗଳବାର ସକାଳେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଲକ୍‌ଡାଉନ ଯୋଗୁ ଗରିବଟିଏ ଭୋଗୁଥିବା କଷ୍ଟ ସ୍ପଷ୍ଟ ପ୍ରତିଫଳିତ ହେଉଥିଲା । କୁକୁର ଓ ମଣିଷ ମଧ୍ୟରେ ଖାଦ୍ୟ ପାଇଁ ସଂଘର୍ଷର ଏହି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଦେଇଛି ।

ସୂଚନା ମୁତାବକ, ଆଗ୍ରାର ରାମବାଘ ଚୌରାହା ଅଞ୍ଚଳରେ ଏକ ବିଶାଳ କ୍ଷୀର ପାତ୍ର ଦୁର୍ଘଟଣାବଶତଃ ରାସ୍ତାରେ ଓଲଟି ଡିଥିଲା । ଫଳରେ ସେଥିମଧ୍ୟରେ ଥିବା କ୍ଷୀର ରାସ୍ତାରେ ପ୍ରଭାବିତ ହେବାକୁ ଲାଗିଥିଲା । ଯାହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ରହୁଥିବା ଜଣେ ଭୋକିଲା ଲୋକଟିଏ କ୍ଷୀର ସଂଗ୍ରହ କରିବାକୁ ଲାଗିଥିଲେ । କୁକୁରଗୁଡିକ ଯଥା ସମ୍ଭବ କ୍ଷୀର ପିଇବାକୁ ଚେଷ୍ଟା କରୁଥିବା ବେଳେ ଭୋକିଲା ମଣିଷଟି ମଧ୍ୟ ଆଞ୍ଜୁଳା ଆଞ୍ଜୁଳା କରି ମାଟି ପାତ୍ରରେ କ୍ଷୀର ସଂଗ୍ରହ କରିବାକୁ ଲାଗିପଡିଥିଲେ । କୁକୁରମାନେ କ୍ଷୀରରେ ମୁଁହ ମାରିଥିଲେ ମଧ୍ୟ ବ୍ୟକ୍ତି ଜଣକ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେଇଥିଲେ। ଘଟଣା ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.