ଦନ୍ତାହାତୀ ଆକ୍ରମଣରେ ବାପା ଓ ୪ବର୍ଷର ଝିଅ ଆହତ
14/02/2019 at 12:50 PM

ଢେଙ୍କାନାଳ ୧୪|୨: ଢେଙ୍କାନାଳ ସହର ଭିତରେ ଦନ୍ତାହାତୀ ଉପଦ୍ରବ । କୋରିଆଁ ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ଜଣେ ୪ବର୍ଷର ଶିଶୁ ସହ ତାଙ୍କ ବାପା ଆହତ ହୋଇଛନ୍ତି । ଉଭୟ ଆହତଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଦୁଇ ଜଣ ହେଉଛନ୍ତି କୋରିଆଁ ଗାଁର ଅଭୟ ବାରିକ ଏବଂ ତାଙ୍କ ୪ବର୍ଷର ଝିଅ ସିପ୍ରା । ଆଜି ସକାଳେ ଅଭୟ ତାଙ୍କ ଝିଅକୁ ଟିଉସନକୁ ଛାଡିବାକୁ ଯାଉଥିବା ବେଳେ ଦନ୍ତା ହାହୁଡରେ ପଡି ଯାଇତିଲେ । ହାତୀଟି ସେମାନଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା । ଲୋକମାନେ ପାଟି କରିବାରୁ ହାତୀଟି ପଳାଇଥିଲା, ଫଳରେ ବାପା-ଝିଅଙ୍କ ଜୀବନ ରକ୍ଷା ହୋଇ ଯାଇଥିଲା ।