Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଗୋଟିଏ ତୁଠରେ ପଶୁ, ମଣିଷ: ଲମତାପୁଟରେ ଚୁଆ ଭରଷା

13/12/2019 at 8:26 PM

କୋରାଫୁଟ୍‌୧୩/୧୨: ଶୀତ ଦିନେ ଜଳ କଷ୍ଟ। ଚୁଆ ଖୋଳି ପାଣି ପିଉଛନ୍ତି ଲୋକେ । ପଶୁ, ମଣିଷ ସମସ୍ତେ ଗୋଟିଏ ଜାଗାରେ ଶୋଷ ମେଣ୍ଟାଉଛନ୍ତି । ଏମିତି କିଛି ବିକଳ ଚିତ୍ର ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ଗୁନେଇପଡା ପଞ୍ଚାୟତ ଲିଟିପୁଟ ଗାଁରେ ।

 ଏହିଭଳି ଘଟଣା ଦେଖିବା ପରେ ସରକାର ଓ ପ୍ରଶାସନ ଉପରେ ଆଙ୍ଗୁଳି ଉଠିବା ସ୍ବାଭାବିକ। ପଶୁ,ମଣିଷ ଗୋଟିଏ ଜାଗାରେ ପାଣି ପିଉଛନ୍ତି । ଯେଉଁ ପାଣିକୁ ଘୁଷୁରୀ ପିଉଛି ସେଇ ପାଣିକୁ ବ୍ୟବହାର କରୁଛନ୍ତି ଲୋକେ । ଏ ଦୃଶ୍ୟ ହେଉଛି  ଲମତାପୁଟ ବ୍ଲକ ଗୁନେଇପଡା ପଞ୍ଚାୟତ ଲିଟିପୁଟ ଗାଁର । ୬ ମାସ ହେଲା ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ଗାଁରେ ପୂର୍ବରୁ ୩ଟି ନଳକୂପ ଥିଲା । ସୋଲାର ସିଷ୍ଟମରେ ପାଣି ଯୋଗାଇ ଦିଆଯାଉଥିଲା ।

 କିନ୍ତୁ ୬ ମାସ ହେଲା ସବୁ ଅଚଳ । ତେଣୁ ବିକଳରେ ଅପରିସ୍କାର ପାଣିକୁ ବ୍ୟବହାର କରୁଛନ୍ତି ଗାଁ ଲୋକେ ।ଫଳରେ ପ୍ରତି ଦିନ ଗାଁରେ କେହି ନା କେହି ରୋଗରେ ଶିକାର ହେଉଛନ୍ତି । ସେପଟେ ସମସ୍ୟା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲା ପରେ ବି କେହି ଦୁଃଖ ଶୁଣୁ ନ ଥିବା କହିଛନ୍ତି ଗ୍ରାମବାସୀ ।

ଅନ୍ୟପଟେ ଗାଁରେ ସବୁ ନଳକୂପ ଠିକ୍ ଅଛି । ଯଦି ନଳକୂପ ଅଚଳ ହୋଇଯାଇଥିଲା ତା ହେଲେ ଗ୍ରାମବାସୀ କାହିଁକି ଅଭିଯୋଗ କରି ନ ଥିଲେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ବିଭାଗୀୟ ଅଧିକାରୀ । ତଥାପି ଖୁବ୍ ଶୀଘ୍ର ନଳକୂପ ଗୁଡିକ ମରାମତି କରିବା ସହ ଚୂଆ ପାଣି ବ୍ୟବହାର ନ କରିବାକୁ ସଚେତନ କରାଯିବ ବେ।ଲି ପ୍ରତିଶ୍ରୁତି ଦେଇଛନ୍ତି ।

   Related Posts