Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ବିବାହିତା ପ୍ରେମିକା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଯୁବକ, ଜିଦ୍ ନରହିବାରୁ ହେଲା ଭୟଙ୍କର

28/01/2020 at 2:03 PM

ବରେଲି ୨୮।୧: ଉତ୍ତରପ୍ରଦେଶ ବରେଲିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ଜୋରଜବରଦସ୍ତ ମହିଳାଙ୍କ ଘରେ ପଶି ତାଙ୍କୁ ସାଙ୍ଗରେ ନେଇଯିବାକୁ ଚେଷ୍ଟା କରୁଥିଲେ । ମହିଳା ଜଣଙ୍କ ଯୁବକଙ୍କ କଥାରେ ରାଜି ହୋଇନଥିଲେ ।

ଫଳରେ ଯୁବକ ଜଣଙ୍କ ଉତକ୍ଷିପ୍ତ ହୋଇ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । କେବଳ ମହିଳା ନୁହନ୍ତି ତାଙ୍କ ୫ବର୍ଷର ଶିଶୁ ପୁତ୍ର ମଧ୍ୟ ନିଆଁରେ ପୋଡି ଗୁରୁତର ହୋଇଛନ୍ତି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ଶରୀରର ୩୫ ପ୍ରତିଶତ ଜଳିଯାଇଛି ।

ସୂଚନାଯୋଗ୍ୟ ଯେ, ବରେଲି ସୁଭାଷନଗର ଅଞ୍ଚଳରେ ରବିବାର ଦିନ ଏହି ଘଟଣା ଘଟିଛି । ୩୨ ବର୍ଷ ବୟସ୍କା ମହିଳାଙ୍କ ସ୍ବାମୀ ଘରେ ନଥିବା ବେଳେ ତାଙ୍କର ତଥାକଥିତ ପ୍ରେମିକ ମେହତରପୁରର ବିନୋଦ କଶ୍ୟପ ତାଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି । ମହିଳା ଜଣଙ୍କ ବିନୋଦଙ୍କ ସହ ଯିବାକୁ ମନାକରିବାରୁ ସେ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ମହିଳା ଜଣଙ୍କ ଚିତ୍କାର କରିବାକୁ ଘଟଣାସ୍ଥଳଳୁ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।

ମହିଳାଙ୍କ ଶାଶୁ ପଡୋଶୀଙ୍କ ସହାୟତାରେ ନିଆଁକୁ ଲିଭାଇବା ସହ ମହିଳାଙ୍କୁ ହସ୍ପିଟାଲ ନେଇଥିଲେ । ପୀଡିତା ମହିଳାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପ୍ରେମିକ ଫେରାର ହୋଇଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସୁଭାଷନଗର ପୋଲିସ ପୀଡିତା ମହିଳାଙ୍କ ବୟାନ ରେକର୍ଡ କରିଛି । ମହିଳାଙ୍କ ସ୍ବାମୀ ବିନୋଦଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts