Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ମାଟ୍ରିମନି ସାଇଟରୁ ସମ୍ପର୍କ, ବିବାହ ପ୍ରତିଶୃତି ଦେଇ ଦୁଷ୍କର୍ମ କଲା ଯୁବକ

19/03/2020 at 1:24 PM

ଅହମଦାବାଦ ୧୯/୦୩ : ଅହମଦାବାଦ ଅନ୍ତର୍ଗତ ଚନ୍ଦଖେଡ଼ା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା | ମଙ୍ଗଳବାର ଦିନ ଚନ୍ଦଖେଡ଼ା ଥାନାରେ ଜଣେ ୩୦ ବର୍ଷ ବୟସ୍କା ମହିଳା ଦୁଷ୍କର୍ମ ମାମଲା ରୁଜ୍ଜୁ କରିଛନ୍ତି | ଜଣେ ୨୯ ବର୍ଷ ବୟସ୍କ ଯୁବକ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି |

ମହିଳାଙ୍କ ଅଭିଯୋଗକ୍ରମେ, ଗତ ୨୦୧୮ ମସିହା ଫେବୃଆରୀ ମାସରେ ସେ ଏକ ମାଟ୍ରିମନି ସାଇଟରେ ନିଜର ନାଁ ପଞ୍ଜିକରଣ କରିଥିଲେ | ନିଜ ପ୍ରୋଫାଇଲ କ୍ରିଏଟ କରିବା ପରେ ସେହି ଫେବୃଆରୀ ମାସରେ ଚନ୍ଦଖେଡ଼ା ଅଞ୍ଚଳର ଅଭିଷେକ ଜ୍ୱାମ୍ଭଲେ ନାମକ ଜଣେ ତାଙ୍କୁ ଯୋଗାଯୋଗ କରିଥିଲେ | ଫେସବୁକ ଜରିଆରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା | କିଛି ଦିନ ପରେ ଉଭୟ ଫୋନରେ ପରସ୍ପର ସହ କଥାବାର୍ତା କରିବା ଆରମ୍ଭ କରିଥିଲେ | ୨୦୧୮ ମସିହା ଜୁନ ୧୬ ତାରିଖରେ ଅଭିଷେକ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ | ଅଭିଷେକ ତାଙ୍କୁ ଭଲ ପାଉଛନ୍ତି ଏବଂ ବିବାହ କରିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ | ମହିଳା ମଧ୍ୟ ଅଭିଷେକଙ୍କୁ ଭଲପାଇ ବସିଥିଲେ | ଏହାପରେ ଉଭୟ ଦେଖା ସାକ୍ଷାତ କରିଥିଲେ |

ମହିଳାଙ୍କ ଅଭିଯୋଗକ୍ରମେ ସେହି ବର୍ଷ ନଭେମ୍ବର ୮ ତାରିଖରେ ଅଭିଷେକ ତାଙ୍କୁ ଚନ୍ଦଖେଡ଼ାର ଏକ ଫ୍ଲାଟକୁ ନେଇଯାଇଥିଲେ ଏବଂ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ | ଏହାପରେ ସେ ମହିଳାଙ୍କୁ ଏକ ହୋଟେଲକୁ ନେଇଯାଇଥିଲେ ଏବଂ ସେଠାରେ ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ |

୨୦୧୯ ମସିହା ଡିସେମ୍ବର ମାସରେ ମହିଳା ଅଭିଷେକ ସହ ଥିବ ନିଜ ସମ୍ପର୍କ ବିଷୟରେ ନିଜ ବାପା ମାଙ୍କୁ ଜଣାଇଥିଲେ | ମହିଳାଙ୍କ ବାପା ମା ଅଭିଷେକକୁ ପଚାରିଥିଲେ ସେ ତାଙ୍କ ଝିଅକୁ ବିବାହ କରିବାକୁ ଚାହୁଁଛନ୍ତି କି ? କିନ୍ତୁ ଅଭିଷେକ ସେତେବେଳେ ସିଧାସିଧା ମନା କରିଦେଇଥିଲେ | ଏହାପରେ ମଧ୍ୟ ମହିଳା ଅଭିଷେକକୁ ୨ ମାସ ପର୍ଯ୍ୟନ୍ତ ବିବାହ ପାଇଁ ପଚାରିଥିଲେ | କିନ୍ତୁ ଅଭିଷେକ ବିବାହ ପାଇଁ ଅସ୍ବୀକାର କରିଥିଲେ | ତାଙ୍କ ବାପା ମା ଏହି ବିବାହ ପାଇଁ ରାଜି ନୁହନ୍ତି ବୋଲି ସେ କହିଥିଲେ |

୨୦୨୦ ମସିହା ଫେବୃଆରୀ ୨୦ ତାରିଖରେ ମହିଳାଙ୍କ ବାପା ମା ଅଭିଷେକକୁ ଦେଖା କରି ତାଙ୍କ ଝିଅକୁ ବିବାହ କରିବା ପାଇଁ ଅନୁରୋଧ କରିଥିଲେ | କିନ୍ତୁ ଅଭିଷେକ ମହିଳାଙ୍କ ବାପା ମାଙ୍କୁ ଗାଳିଗୁଲଜ କରି ଧମକ ଦେଇଥିଲା ଯେ ବିବାହ ପାଇଁ ତାକୁ ବାଧ୍ୟ କଲେ ତାର ପରିଣାମ ଭଲ ହେବନାହିଁ | ଫଳରେ ମହିଳାଙ୍କ ବାପା ମା ଫେରି ଯାଇଥିଲେ | ଏହାପରେ ମାନସିକ ଚିନ୍ତାଗ୍ରସ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ହସ୍ପିଟାଲଫେରି ସେ ଅଭିଷେକ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ମହିଳାଙ୍କ ଅଭିଯୋଗକ୍ରମେ ଚନ୍ଦଖେଡ଼ା ପୋଲିସ ଅଭିଷେକକୁ ଗିରଫ କରି ମାମଲାର ତଦନ୍ତ କରୁଛି | 

   Related Posts